ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଜଳଛତ୍ର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ପବିତ୍ର ପଣା ସଂକ୍ରାନ୍ତି ଠାରୁ ବୃଷ ସଂକ୍ରାନ୍ତି ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥାଏ । ତେଣୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥିକମାନେ ତୃଷାର୍ତ୍ତ ରହିବା ସ୍ୱାଭାବିକ । ସେମାନଙ୍କୁ ଜଳମୁନ୍ଦାଏ ଯୋଗାଇ ତୃଷା ମେଣ୍ଟାଇ ପାରିଲେ ମାନବ ଧର୍ମ ସାର୍ଥକ ହେବ ବୋଲି ବିଶ୍ୱାସ ରହିଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଭଳି ମା’ ଶାରଳା ମହିଳା ସଂଗଠନ ପକ୍ଷରୁ ଏକ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି । ଆଜିର ନାରୀ ଆଉ ଘର କୋଣରେ ନରହି ଆତ୍ମନିର୍ଭରଶୀଳ ଓ ସଶକ୍ତିକରଣ ହେବାରେ ଲାଗିଛନ୍ତି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ମଧ୍ୟ ଦେଖାଇବାରେ ସଫଳ ହୋଇଛନ୍ତି । ସେହିଭଳି ମା’ ଶାରଳା ମହିଳା ସଂଗଠନ ମଧ୍ୟ ନିଜର ସେବା ମନୋବୃତ୍ତି ଉପରେ ଗୁରୁତ୍ୱ ଦେଇ ଜଳଛତ୍ର କେନ୍ଦ୍ର ଖୋଲିବା ସହ ତୁଷାର୍ତ୍ତମାନଙ୍କୁ ସୁଶୀତଳ ଜଳ ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ କଟକ ଶିଖରପୁର କୋରପୋଖରୀ ଅଞ୍ଚଳରେ ଏହି ସଂଗଠନ ପକ୍ଷରୁ ଜଳଛତ୍ର କେନ୍ଦ୍ର ଉଦଘାଟିତ ହୋଇଥିବାବେଳେ ଏଥିରେ ମୁଖ୍ୟ ଅତିଥିଭାବେ ୪୬ ନମ୍ବର ୱାର୍ଡର କଂଗ୍ରେସ ନେତା ଅଜୟ ଗୋଚ୍ଛାୟତ ଯୋଗଦେଇ ମହିଳାମାନଙ୍କ ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଗୋଟିଏ ପଟେ କଟକ ସହରରେ ପ୍ରଶାସନ ପକ୍ଷରୁ ଏଯାଏ ଜଳଛତ୍ର କେନ୍ଦ୍ର ଟିଏ ଖୋଲାଯାଇ ପାରିନଥିବାବେଳେ ମହିଳାମାନେ ଜଳଛତ୍ର ଦେଇ ସାରା ସହରରେ ଏକ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଶ୍ରୀ ଗୋଚ୍ଛାୟତ ମତବ୍ୟକ୍ତ କରିଥିଲେ । ଏଥି ସହିତ ଆଗାମୀ ଦିନରେ ୱାର୍ଡରେ ମହିଳା ମାନେ ସଙ୍ଗଠିତ ହୋଇ ସାମାଜ ସେବାରେ ନିଜକୁ ନିୟୋଜିତ କରି ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ଆହ୍ୱାନ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ