ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ

ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ


ଜଗତପୁର(ଏନ୍‌.ଏମ୍‌.): ଜଗତପୁର ନିମପୁର ଶବର ସାହି ଅଞ୍ଚଳର ବହୁ ପୁରାତନ ଅଧିଷ୍ଠାତ୍ରୀ ଦେବୀ ମା’ ବାଉତି ଠାକୁରାଣୀଙ୍କ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଗତକାଲି ଏକ କଳସ ଶୋଭାଯାତ୍ରା ମା’ଙ୍କ ପୀଠରୁ ବାହାରି ମହାନଦୀ ଘାଟରୁ ଜଳ ପୂର୍ଣ୍ଣ କଳସୀ ଅଣାଯାଇ ଯଜ୍ଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରଦୀପ ଦେହୁରୀ ଓ ପୁଷ୍ପା ଦେହୁରୀ କର୍ତ୍ତା ଓ କର୍ତ୍ତିଭାବେ ସଂକଳ୍ପ ନେଇଥିଲେ । କଟକଚଣ୍ଡୀ ମନ୍ଦିରର ପୂଜକ ପଣ୍ଡିତ ପ୍ରଫୁଲ କୁମାର ତ୍ରିପାଠୀ ଓ ଜିତେନ୍ଦ୍ର କୁମାର ହୋତାଙ୍କ ଦ୍ୱାରା ପୂଜାଦି କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ସଭାପତି ମନୋରଞ୍ଜନ ପଣ୍ଡା ଓ ସମ୍ପାଦକ ପ୍ରଦୀପ କୁମାର ପଲେଇଙ୍କ ସମେତ ଶବରସାହି-ବୈକୁଣ୍ଠ ବିହାରର ସମସ୍ତ ଗ୍ରାମବାସୀଙ୍କ ସହଯୋଗକ୍ରମେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ