ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ

ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ


କଟକ(ଏନ୍‌.ଏମ୍‌.): ନକଲି ସମଗ୍ରୀ ପ୍ରସ୍ତୁତିର ରାଜଧାନୀ ପାଲଟିଛି କଟକ । ବିଭିନ୍ନ ସମୟରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ସମ୍ଭବ ହୋଇ ପାରୁନାହିଁ । ଆଜି ପୁଣି କଟକର ମାଲଗୋଦାମ ଅଞ୍ଚଳରୁ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଗୁଟୁକା ଜବତ ହେବା ସହ ପ୍ରସ୍ତୁତ ହେଉଥିବା କମ୍ପାନୀକୁ ମଧ୍ୟ ସିଲ କରାଯାଇଛି । କେବଳ ସେତିକି ନୁହେଁ ଏହି ଚଢ଼ାଉ ସମୟରେ ୧୦ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ସାମଗ୍ରୀ ମଧ୍ୟ ଜବତ ହୋଇଛି । କଟକ ମାଲଗୋଦାମ ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟ ଚାଲୁଥିବା ସମ୍ପର୍କରେ ସିଏମସି ଏନଫୋର୍ସମେଣ୍ଟ ଟିମ ଓ କମିଶନରେଟ ପୁଲିସର ମିଳିତ ଚଢ଼ାଉ କରାଯାଇଥିଲା । ଏହି ସମୟରେ ୩ଟି ଗୋଦାମ ଉପରେ ଚଢ଼ାଉ ପରେ ଏହି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛି । ତେବେ ଏହି ମାମଲାରେ ପୁଲିସ ଜଣଙ୍କୁ ଅଟକ ରଖିଛି । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉ କରାଯାଇଥିଲା । ପୂର୍ବରୁ ସିଏମସି ଏବଂ କମିଶନରେଟ ପୁଲିସର ନକଲି ସାମଗ୍ରୀ ବନ୍ଦ ଅଭିଯାନ ଚଳାଇଥିବାବେଳେ ଅନେକ ନକଲି କାରଖାନା ଓ ଗୋଦାମକୁ ରେଡ଼ କରି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ କରାଯାଇଛି । ଅତୀତରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ, ପୂଜା ସାମଗ୍ରୀ, ନକଲି ଘିଅ, ନକଲି ପନିର, ସିମେଣ୍ଟ, ଖାଇବା ତେଲ ଓ ସସ ଆଦି ନକଲି କମ୍ପାନୀକୁ ସିଲ କରାଯାଇଛି । ତେବେ ଏହି ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଜୋନ ୧ ଏସିପି ଅମରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ହେଲେ ପୁଲିସର ନକଲି ସାମଗ୍ରୀ ବନ୍ଦ ଅଭିଯାନ କେତେଦୂର ସଫଳ ହେବ ତାହା ସମୟ କହିବ ବୋଲି ସହରରେ ଚର୍ଚ୍ଚା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ