ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ

ମହାବିପଦରେ ମହାଦୁର୍ନୀତି ର ଅଭିଯୋଗ କଲେ ଚୌଦ୍ଵାର ବାସୀ

ଚୌଦ୍ୱାର ପୌରପାଳିକା ଅଂଚଳ ରେ ରାସନ ସାମଗ୍ରୀ ବଣ୍ଟନ ରେ ହେରଫେର ଅଭିଯୋଗ

ଚୌଦ୍ବାର (ଏନ୍.ଏମ୍.): ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡ ରେ ରାସନ କାର୍ଡ ହିତାଧିକାରୀ ଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବ ରେ ଚାଉଳ ବଣ୍ଟନ କରାଯାଉଥିଲା | ଉକ୍ତ ଅଂଚଳ ର କିଛି ବ୍ୟକ୍ତି ଚାଉଳ ନେଇ ଓଜନ କରିବାରୁ ପ୍ରତ୍ୟେକ ଙ୍କ ର ୨ କେଜି ରୁ ୩ କେଜି ରୁ ଉର୍ଦ୍ଧ୍ବ ଚାଉଳ କମ ଥିବା ର ଅଭିଯୋଗ ଆସିଲା | ଯାହାକୁ ନେଇ ଉକ୍ତ ୱାର୍ଡ ର ସବିତା ବିଶ୍ୱାଳ , ବାସନ୍ତୀ ପଣ୍ଡା , ନାରାୟଣ ସ୍ୱାଇଁ ବସନ୍ତ ମଲ୍ଲିକ ଉକ୍ତ କେନ୍ଦ୍ର କୁ ଯାଇ ସେଲ ସେଣ୍ଟର ଦାୟିତ୍ୱ ରେ ଥିବା ପବିତ୍ର ମହାପାତ୍ର ଙ୍କୁ ଏ ବିଷୟରେ ଅବଗତ କରାଇଥିଲେ | ତେବେ ଏ ନେଇ ପବିତ୍ର ମହାପାତ୍ର ଅଭିଯୋଗ ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ସେଲ ସେଣ୍ଟର କୁ ଏଠାରୁ ଉଠାଇ ନିଆଯିବ ବୋଲି ଧମକ ଦେଇଥିଲେ ବୋଲି କହିଛନ୍ତି ହିତାଧିକାରୀ | ଅନ୍ୟପକ୍ଷେ ଉକ୍ତ ୱାର୍ଡ ର ବସନ୍ତ ମଲ୍ଲିକ କରୋନା ସମୟରେ ଦିଆଯାଇଥିବା ୨ ମାସର ଚାଉଳ କୁ ତାଙ୍କୁ ଦିଆନଯାଇ ହଡପ କରିଥିବା ର ସଂଗୀନ ଅଭିଯୋଗ କରିଛନ୍ତି | ଅଭିଯୋଗ ପରେ ରାସନ କେନ୍ଦ୍ରକୁ ବନ୍ଦ କରିଦେଇଥିଲେ , ଲୋକମାନେ ସେଠାରୁ ଚାଲିଯିବା ପରେ ଉକ୍ତ ରାସନ କେନ୍ଦ୍ରରୁ ଓଜନ କଣ୍ଟା ଲୁଚାଇ ନେଇ ଅନ୍ୟ ଏକ ନୂଆ ଓଜନ କଣ୍ଟା ଆଣି ସେଠାରେ ରଖିଦେଇଛନ୍ତି । ଯାହାର CCTV ଫୁଟେଜ ରହିଛି ।
ଏ ନେଇ ଆଜି ଚୌଦ୍ଵାର ପୌରପାଳିକା ଅଧିକାରୀଙ୍କୁ ।ଲିଖିତ ଅଭିଯୋଗ କରିବା ସହ ଚୌଦ୍ଵାର ଥାନାରେ ଠକେଇ ଅଭିଯୋଗରେ ସେଣ୍ଟର ଦାୟିତ୍ୱରେ ଥିବା ପବିତ୍ର ମହାପାତ୍ରଙ୍କୁ ଗିରଫ ପାଇଁ ଦାବି ରଖିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ