ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପଜଳସମ୍ପଦ ମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ

Photo By I&PR Odisha

କେନ୍ଦ୍ରାପଡା/ଭୁବନେଶ୍ୱର(ଏନ୍‌.ଏମ୍‌.): କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ କଳାବୁଦାଠାରେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳ ଜଳସେଚନ ପ୍ରକଳ୍ପର ଶୁଭ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜଳସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଏହାକୁ ଲୋକାର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା, କେନ୍ଦ୍ରାପଡା ଜିଲ୍ଲାପାଳଅମ୍ରିତ୍ ଋତୁରାଜ, ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଇଂ. ବିଜୟ କୁମାର ମିଶ୍ର, ମହାନଦୀ ଅବବାହିକା (କାଠଯୋଡି) ମୁଖ୍ୟଯନ୍ତ୍ରୀ ଭକ୍ତରଂଜନ ମହାନ୍ତି, ଜଳ ନିକାଶ(ଡ୍ରେନେଡ) ମୁଖ୍ୟଯନ୍ତ୍ରୀ ବାଲେଶ୍ୱର ନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାକୁ ଉଦଘାଟନ କରି ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ, ୧୨୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟର ୩ଟି ଜିଲ୍ଲାର ୪ଟି ବ୍ଲକର ଦ୍ୱୀପାଂଚଳର କୃଷକ ବିଶେଷ ଭାବେ ଉପକୃତ ହେବେ । ଏହି ପ୍ରକଳ୍ପ ଦ୍ୱାରା କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ଓ ମାର୍ଶାଘାଇ, ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଏବଂ କଟକ ଜିଲ୍ଲାର ନିଶ୍ଟିନ୍ତକୋଇଲି ବ୍ଲକର କୃଷକମାନଙ୍କ ପାଇଁ ୬୪୦୪ ହେକ୍ଟର ଜମିକୁ ଜଳସେଚନ ସୁବିଧା ହୋଇପାରିଛି । ଏହି ପ୍ରକଳ୍ପର ଲୋକାର୍ପଣ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କୃଷକମାନଙ୍କ ଉଦ୍ଦେଶ୍ୟରେ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଶ୍ରୀ ଦାସ ଆହୁରି ମଧ୍ୟ କହିଥିଲେ ଯେ, କୃଷି ଓ କୃଷକର ଉନ୍ନତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ପ୍ରାଥମିକତା ଦେଇ ଆସିଛନ୍ତି । ତାଙ୍କର ଦୃଢ ସଂକଳ୍ପ ଓ ଦିଗ୍ ଦର୍ଶନ ଯୋଗୁଁ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇପାରିଛି । ଏହି ପ୍ରକଳ୍ପ ଅଧିନରେ ମୋଟ ୧୫ ହଜାର ୩୪୨ ହେକ୍ଟରରୁ ଊର୍ଦ୍ଧ୍ୱ ଚାଷ ଉପଯୋଗୀ ଜମିକୁ ଜଳସେଚନ ପାଇଁ ଲକ୍ଷ୍ୟଧାର୍ଯ୍ୟ ରଖାଯାଇଥିବା ବେଳେ ୨୦୦୪ ମସିହାରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ୮୯୩୭ ହେକ୍ଟର କାର୍ଯ୍ୟ ସମାପ୍ତ କରାଯାଇଥିଲା । ଅବଶିଷ୍ଟ ୬୪୦୪ ହେକ୍ଟର ସେଚ ଅଞ୍ଚଳକୁ ଜଳସେଚନ ନିମନ୍ତେ କାର୍ଯ୍ୟ ଶେଷ କରିବା ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ତାହା ବିଶ୍ୱ ବ୍ୟାଙ୍କର ସହାୟତା ସହିତ, ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ବ୍ୟୟ ବରାଦ, ଜଳ ସଂପଦ ବିଭାଗର ତତ୍ପରତା ତଥା ସ୍ଥାନୀୟ ଜନପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନର ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଦାସ ପ୍ରକାଶ କରିଥିଲେ । ବର୍ତ୍ତମାନ ଏହି ପ୍ରକଳ୍ପ କ୍ଷେତ୍ରରେ ପ୍ରାୟ ୧୨ କିଲୋମିଟର ଧରି ଚିତ୍ରୋତ୍ପଳା ଦକ୍ଷିଣ କେନାଲ, ୧୦ କିମି ଧରି ପାଇକା ବାମ କେନାଲ, ପ୍ରାୟ ୫୦ କିମି ଧରି ୪୫ ଗୋଟି ମାଇନର ଓ ସବ୍ ମାଇନର କେନାଲ ଏବଂ ଚାଷୀଙ୍କ ଭବିଷ୍ୟତରେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୪୪୨ଟି ବିଭିନ୍ନ ନିର୍ମାଣ କାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ ପ୍ରକାଶ କରିଥିଲେ । ପାଟକୁରା ବିଧାୟିକା ଶ୍ରୀମତୀ ଅଗ୍ରୱାଲା ଯୋଗଦେଇ ଅଞ୍ଚଳରେ କୃଷିଭିତ୍ତିକ ଶିଳ୍ପ ଏବଂ ବାଣିଜ୍ୟିକ ଅଭିବୃଦ୍ଧିରେ ଏହି ଜଳସେଚନ ପ୍ରକଳ୍ପ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ଜିଲ୍ଲାପାଳ ଶ୍ରୀ ଋତୁରାଜ ଏହି ପ୍ରକଳ୍ପ କାର୍ଯ୍ୟକାରିତା ଫଳରେ ଜଳସେଚନ ସୁବିଧା ହେବା ଯୋଗୁଁ ଏହାର ସୁଯୋଗ ନେବା ସହ ଧାନ ଫସଲ ବ୍ୟତୀତ ଉଦ୍ୟାନ କୃଷି ଏବଂ ବିଭିନ୍ନ ଅର୍ଥକରୀ ଫସଲ କରି ସେମାନଙ୍କର ଆର୍ôଥକ ଉନ୍ନତି କରିବାକୁ ଆହ୍ୱାନ ଦେଇଥିଲେ । ଜଳ ସମ୍ପଦ ବିଭାଗ ମୁଖ୍ୟଯନ୍ତ୍ରୀ, ମହାନଦୀ ଅବବାହିକା (କାଠଯୋଡି ସିଷ୍ଟମ) ଇଂ. ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଜଳ ସମ୍ପଦ ବିଭାଗ ମୁଖ୍ୟ ଯନ୍ତ୍ରୀ(ଡ୍ରେନେଜ) ବାଲେଶ୍ୱନାଥ ସାହୁ ଧନ୍ୟବାଦ ଦେଇଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ