ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ

ମଦ ଦୋକାନ ଲାଇସେନ୍ସ ପାଇଁ ଲଟେରୀ ବ୍ୟବସ୍ଥା: ସରକାରୀ ନିଷ୍ପତିକୁ କାଏମ ରଖିଲେ ହାଇକୋର୍ଟ


#କଟକ (ଏନ୍‌.ଏମ୍‌.): ସରକାର ଅବକାରୀ ଆଇନ ଓ ନୀତିରେ ସଂଶୋଧନ ଆଣି ୨୦୨୧ ଜାନୁଆରୀ ୭ତାରିଖରେ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହାପରେ ଫେବୃଆରୀ ୨୬ ତାରିଖରେ ଅବକାରୀ ବିଭାଗ ଲଟେରୀ ନିୟମାବଳୀ ଜାରି କରିଥିଲେ । ଏପରି ନିୟମାବଳୀ ଆଧାରରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସେମାନଙ୍କ ଜିଲ୍ଲାରେ ଥିବା ମଦ ଦୋକାନ ଲାଇସେନ୍ସ ଲଟେରୀ ବ୍ୟବସ୍ଥାରେ ପ୍ରଦାନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ହେଲେ ଏପରି ବ୍ୟବସ୍ତାକୁ ବିରୋଧ କରି ଲଟେରୀ ବ୍ୟବସ୍ଥା ଆଇନ ସମ୍ମତ ନୁହେଁ ବୋଲି ଦର୍ଶାଇ ଉଚ୍ଚ ନ୍ୟାୟାଳୟରେ ମାମଲା ଦାଏର ହୋଇଥିଲା । ଉକ୍ତ ମାମଲା ବିଚାର କରି ଲଟେରୀ ମାଧ୍ୟମରେ ମଦ ଦୋକାନ ଲାଇସେନ୍ସ ପ୍ରଦାନ ନିଷ୍ପତିକୁ ବିରୋଧ କରି ଦାଏର ହୋଇଥିବା ସମସ୍ତ ୨୦ଟିରୁ ଅଧିକ ମାମଲାକୁ ଖାରଜ କରିବା ସହିତ ସରକାରଙ୍କ ନିଷ୍ପତିକୁ କାଏମ ରଖିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ