ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଦେଲା ୟୁଥ ଫର ସେବା

ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଦେଲା ୟୁଥ ଫର ସେବା

ଭିନ୍ନକ୍ଷମଙ୍କୁ ଟ୍ରାଇ ସାଇକେଲ ଦେଲା ୟୁଥ ଫର ସେବା


ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ଫର ସେବା ପକ୍ଷରୁ ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଛି । ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ସ୍ଥିତ ନୂଆପାଟଣା ଗ୍ରାମର ୭ନମ୍ବର ୱାର୍ଡ଼ ବାସିନ୍ଦା ହରିଶ୍ଚନ୍ଦ୍ର ବେହେରାଙ୍କ ପୁଅ ପ୍ରକାଶ ବେହେରା ଦୁର୍ଘଟଣାରେ ନିଜର ଗୋଟିଏ ଗୋଡ଼ ହରାଇବା ପରେ ନିଜର ଜୀବନଜୀବିକା ପାଇଁ ବହୁପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ସମ୍ପର୍କରେ ଅନୁଷ୍ଠାନ କର୍ମକର୍ତ୍ତା ଜାଣିବା ପରେ ଶ୍ରୀ ବେହେରାଙ୍କୁ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ । ତେବେ ଅନୁଷ୍ଠାନର ଏଭଳି ନିସ୍ୱାର୍ଥପର ସେବା ନିମନ୍ତେ ସାରା ଅଂଚଳରେ କର୍ମକର୍ତ୍ତାମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନା ଅନୁଯାୟୀ, ଶ୍ରୀ ବେହେରା ୧୬ବର୍ଷ ତଳେ ଏକ ସଡ଼କ ଦୁର୍ଘଟଣାରେ ନିଜର ଗୋଡ଼ ହରାଇବା ପରେ ଗୋଟିଏ ଗୋଡରେ ଆଶାବାଡ଼ି ଧରି ବ୍ୟବସାୟ କରି ନିଜର ଓ ନିଜ ପରିବାରର ପ୍ରତିପୋଷଣ କରିବା ପାଇଁ ବହୁ ଦୁଃଖକଷ୍ଟର ସମ୍ମୁଖୀନ ହେଉଥିଲେ । ତେବେ ତାଙ୍କୁ ୬୫ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ର ମିଳିଥିବା ବେଳେ ମହଙ୍ଗା ଯୁଗରେ ସରକାରଙ୍କ ପକ୍ଷରୁ ମିଳୁଥିବା ୫ଶହ ଟଙ୍କା ଆର୍ଥିକ ସହାୟତା ପାଉଥିଲେ ମଧ୍ୟ ଚଳିବା କଷ୍ଟକର ଥିଲା । ତେବେ ସେ ଏହି ଟ୍ରାଇ ସାଇକେଲଟି ପାଇବା ପରେ ସଂଗଠନର କର୍ମକର୍ତ୍ତାଙ୍କୁ ନିଜର ଲୁହଭରା ଆଖିରେ ଧନ୍ୟବାଦ ଦେବା ସହ ଅନୁଷ୍ଠାନର ମଙ୍ଗଳ କାମନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ