ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ

ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ

ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଏବେ କୋଟିପତି ଆରଟିଓ । ସମ୍ପ୍ରତି ବେଆଇନ ସମ୍ପତ୍ତି ଠୁଳ କରି ଶତାଧିକ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ସମ୍ପୃକ୍ତ ଆରଟିଓ ଜଣକ ନିଜର ସମ୍ପତ୍ତି ତାଲିକା ବଢ଼ାଇ ଚାଲିଥିଲେ । ଏନେଇ ଅଭିଯୋଗ ହେବାପରେ ତାଙ୍କୁ ଧରିଛି ଭିଜିଲାନ୍ସ । ଏହି କୋଟିପତି ବୌଦ୍ଧ ଆରଟିଓ ଜଣକ ହେଉଛନ୍ତି ବସନ୍ତ କୁମାର ମହାପାତ୍ର । ତାଙ୍କର ରାଜଧାନୀରେ ଫ୍ଲାଟ ସାଙ୍ଗକୁ ରହିଛି ସପିଂ ଆଉଟଲେଟ୍ । ଏହାସହ ବ୍ୟାଙ୍କରେ ଜମା ରହିଛି ପ୍ରାୟ କୋଟିଏ ଟଙ୍କା । ଏତେ ଟଙ୍କାର ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇ ଯାଇଛନ୍ତି । ବସନ୍ତଙ୍କ ଘରୁ ୧.୧୬ ଲକ୍ଷ ନଗଦ ଟଙ୍କା ଜବତ କରାଯାଇଥିବା ବେଳେ ପ୍ରାୟ କୋଟିଏ ଟଙ୍କାର ବ୍ୟାଙ୍କ ଜମା ଠାବ କରାଯାଇଛି । ଏହାସହ ବସନ୍ତଙ୍କର ଭୁବନେଶ୍ୱରରେ ୨ଟି ଫ୍ଲାଟ ଠାବ କରାଯାଇଥିବା ବେଳେ ୨ କମର୍ସିଆଲ ସପିଂ ଆଉଟଲେଟ୍ ରହିଛି । ଭୁବନେଶ୍ୱର ଉତ୍କଳ କନିକା ଗାଲେରିଆରେ ଏହି ସପିଂ ଆଉଟଲେଟ୍ ରହିଥିବା ଜଣାଯାଇଛି । ଯାହାର ମୂଲ୍ୟ ପ୍ରାୟ ୨କୋଟି ଟଙ୍କା ହେବ । ଆଜି ବସନ୍ତଙ୍କ ଘର ସମେତ ୧୦ଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା । ବସନ୍ତ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ୬ମାସ ତଳେ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା । ଆଜି ସକାଳେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ