ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ

ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ

ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ


କଟକ(ଏନ୍‌.ଏମ୍‌.): ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇ.ଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବାଞ୍ଚ ଓ ପୂର୍ବାଚଳ ରେଞ୍ଜ ଆଇ.ଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ପ୍ରକାଶଥାଉକି, ଶ୍ରୀ ପାଣିଗ୍ରାହୀ ରାଜ୍ୟର ମାଲକାନାଗିରି, ଅନୁଗୋଳ, ପୁରୀ, କେଉଁଝର, ସମ୍ବଲପୁର ଓ ଯାଜପୁରରେ ଏସ.ପି. ଭାବରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ଜଣେ ଦକ୍ଷ ପୋଲିସ ଅଫିସର୍ସ ଭାବରେ ୨୦୧୬ ମସିହାରେ ସେ ରାଷ୍ଟ୍ରପତି ପଦକରେ ସମ୍ମାନିତ ହୋଇଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି