ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ

ଭଣଜାକୁ ଉଦ୍ଧାର କରିବାକୁ ଯାଇ କୂଅକୁ ଡେଇଁଲେ ମାମୁଁ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ତିଗିରିଆ ଗ୍ରାମର ଜଣେ ଯୁବକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି । ଉକ୍ତ ଯୁବକ ଜଣକ ୩୫ଫୁଟ ଗଭୀର କୂଅରେ ଫସି ଯାଇଥିବାବେଳେ ବାହାରକୁ ଆସି ପାରିନଥିଲେ । ତେବେ ଅଗ୍ନିଶମବାହିନୀ ପହଞ୍ଚିବା ପରେ ଉକ୍ତ ଯୁବକଙ୍କୁ ଦଉଡ଼ି ସହାୟତାରେ ଉଦ୍ଧାର କରିଥିଲେ । ଘଟଣାରୁ ପ୍ରକାଶ ଯେ ଆଜି ତିଗିରିଆ ଥାନା ଅନ୍ତର୍ଗତ ପୁରୁଣା ତିଗିରିଆ ଗ୍ରାମର ସରୋଜ ପ୍ରଧାନଙ୍କ ବାରିପଟେ ତାଙ୍କର ଛୋଟ ଭଣଜା ଖେଳୁ ଥିବା ସମୟରେ ଅସାବଧାନତା ହେତୁ କୂଅରେ ପଡିଯାଇ ଥିଲା । ଏହା ଦେଖି ସରୋଜ କୂଅକୁ ଡେଇଁ ପଡିଥିଲେ । ତେବେ ଶିଶୁଟିକୁ ସେ ଉଦ୍ଧାର କରିଦେଇଥିଲେ ମଧ୍ୟ କୂଅ ଭିତରୁ ନିଜେ ବାହାରି ପାରିନଥିଲେ । ଏହା ଦେଖି ପରିବାର ଲୋକେ ତିଗିରିଆ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୁଖ୍ୟ ଆଗ୍ନିକ ପ୍ରତାପ ବେହେରାଙ୍କ ତତ୍ତ୍ୱାବଧାନରେ ଆଗ୍ନିକ ମନ ମୋହନ ଦାସ ୩୫ ଫୁଟ ଗଭୀର କୂଅରେ ପଶି ସରୋଜଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ