ବ୍ରଜରାଜନଗର ଉପନିର୍ବାଚନ: କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବ କଂଗ୍ରେସ
ବ୍ରଜରାଜନଗର(ଏନ୍.ଏମ୍.): ବ୍ରଜରାଜନଗର ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲକୁ ଆଉ ମାତ୍ର ୪ଦିନ ଥିବାବେଳେ କଂଗ୍ରେସ ନିଜର ପ୍ରାର୍ଥୀ ଚୂଡ଼ାନ୍ତ କରିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ଦଳ ଉପନିର୍ବାଚନରେ ପ୍ରାର୍ଥୀ କରିବ ବୋଲି ସର୍ବସମ୍ମତି ନିଷ୍ପତ୍ତି ନେଇଛି । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଆଜି ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି ଯେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦଳର ବରିଷ୍ଠ ନେତା କିଶୋର ପଟେଲଙ୍କୁ ପ୍ରାର୍ଥୀ କରିବାକୁ ଦଳ ସର୍ବସମ୍ମତି ନିଷ୍ପତ୍ତି ନେଇଛି । ଶ୍ରୀ ପଟେଲଙ୍କ ପ୍ରାର୍ôଥତ୍ୱ ନିଷ୍ପତ୍ତିକୁ ଝାରସୁଗୁଡ଼ା ଜିଲ୍ଲା କମିଟି, ଟାଉନ୍ କମିଟି ଓ ବ୍ଲକ କମିଟି ସ୍ୱାଗତ କରିବା ସହ ସବୁ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁଙ୍କ ନେତୃତ୍ୱରେ ୫ଜଣିଆ ଚୟନ କମିଟି ଗଠନ କରାଯାଇଥିଲା । ଏହି କମିଟି ଗତକାଲି ଝାରସୁଗୁଡ଼ା ଯାଇ ସେଠାରେ ଦଳର ବିଭିନ୍ନ ବର୍ଗର ନେତା ଓ କର୍ମୀମାନଙ୍କ ସହ ଆଲୋଚନା କରିଥିଲା । କମିଟିରେ ଅନ୍ୟମାନଙ୍କ ମଧ୍ୟରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ସମ୍ବଲପୁର ଜିଲ୍ଲା କଂଗ୍ରେସ ସଭାପତି ଅଶ୍ୱିନୀ ଗୁରୁ, ସୁନ୍ଦରଗଡ଼ ଜିଲ୍ଲା ସଭାପତି ରାଧାମାଧବ ତ୍ରିପାଠୀ ଓ ବରଗଡ଼ର ସାଂସଦ ପ୍ରାର୍ଥୀ ପ୍ରଦୀପ ଦେବତା ସାମିଲ ଥିଲେ । କମିଟିର ଏହି ନିଷ୍ପତ୍ତି ସମ୍ପର୍କରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କୁ ଅବଗତ କରାଯାଇଛି । ପିସିସି ମଧ୍ୟ ଶ୍ରୀ ପଟେଲଙ୍କ ନାଁ ଏଆଇସିସିକୁ ସୁପାରିଶ କରିବ ଓ ତାଙ୍କର ପ୍ରାର୍ôଥତ୍ୱ ଉପରେ ଏଆଇସିସି ମୋହର ମାରିବ ବୋଲି ଜଣାପଡ଼ିଛି ।