ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ

ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଯୋଗଦେଲେ ଅଶ୍ୱିନୀ ପଟ୍ଟନାୟକ


ବୈପାରିଗୁଡା(ଏନ୍‌.ଏମ୍‌.): କୋରାପୁଟ ଜିଲ୍ଲାର ବୈପାରିଗୁଡା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଅଶ୍ୱିନୀ ପଟ୍ଟନାୟକ ଯୋଗଦାନ କରିବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ କୁନ୍ଦୁରା ଥାନାର ଜଣେ ଦକ୍ଷ ଅଧିକାରୀ ଭାବେ କାର୍ଯ୍ୟ ତୁଲାଉ ଥିବା ଜଣାପଡ଼ିଛି । ତେବେ ବୈପାରିଗୁଡା ଥାନା ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବା ସାଙ୍ଗକୁ ଜନସାଧାରଣ ଏବଂ ପୁଲିସ ବିଭାଗ ମଧ୍ୟରେ ସୁସମନ୍ୱୟ ରକ୍ଷା କରି ଉପଯୁକ୍ତ ଆଇନ ସେବା ଯୋଗାଇଦେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ତଥା ବୁଦ୍ଧିଜୀବୀ ସୌଜନ୍ୟ ମୂଳକ ସାକ୍ଷାତ କରି ତାଙ୍କୁ ସ୍ୱାଗତ ତଥା ଶୁଭେଚ୍ଛା ଜଣାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି