ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ନେଇ ବହୁଗ୍ରାମରେ ସିପିଆଇ ପକ୍ଷରୁ ବିକ୍ଷୋଭ
ସାଲେପୁର(ଏନ୍.ଏମ୍.): କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତରେ କାର୍ଯ୍ୟରତ ଜଣେ ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଗୋଟିଏ ପଟେ ବିଦ୍ୟୁତ ବିଭାଗ ଉପଭୋକ୍ତାମାନଙ୍କୁ ଶୋଷଣ କରୁଥିବାବେଳେ ନିଜ କର୍ମଚାରୀଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ନଦେବା ଦୁର୍ଭାଗ୍ୟଜନକ ବୋଲି ଅଭିଯୋଗ ଉଠିଛି ।
ଏନେଇ ବହୁଗ୍ରାମ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇ ପକ୍ଷରୁ ବିଦ୍ୟୁତ ବିଭାଗର ମନମୁଖୀ କାର୍ଯ୍ୟ ଓ ବାରମ୍ବାର ବିଦ୍ୟୁତ କାଟକୁ ନେଇ ଆନ୍ଦୋଳନ କରାଯାଇଛି । ସିପିଆଇ କର୍ମକର୍ତ୍ତାମାନେ ସ୍ଥାନୀୟ ପାଗା ବଜାରୁ ଏକ ବିଶାଳ ଶୋଭାଯାତ୍ରାରେ ଅଞ୍ଚଳ ପରିକ୍ରମା କରି ବହୁଗ୍ରାମ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର ଗୋଟିଏ ପଟେ ସରକାରୀ ସଂସ୍ଥା ଗୁଡ଼ିକୁ ପୁଞ୍ଜିପତି ଘରୋଇ ସଂସ୍ଥାମାନଙ୍କୁ ଟେକି ଦେବା ସହ ଜନସାଧାରଣଙ୍କୁ ଶୋଷଣ କରିବା ପାଇଁ ସ୍ୱତନ୍ତ୍ର ସୁଯୋଗ ସୃଷ୍ଟି କରୁଛନ୍ତି । ଅନ୍ୟପକ୍ଷରେ ସରକାର ଏହି ପୁଞ୍ଜିପତିମାନଙ୍କ ଠାରୁ ମୋଟାଅଙ୍କର ମୁନାଫା ନେବା ସହ ଜନସାଧାରଣଙ୍କୁ ଶୋଷଣ କରୁଛନ୍ତି । ଯାହା ତେଲିଆ ମୁଣ୍ଡରେ ତେଲ ସଦୃଶ ସାବ୍ୟସ୍ତ ହୋଇଛି ବୋଲି ସିପିଆଇ ପକ୍ଷରୁ କୁହାଯାଇଛି । ସେହିଭଳି ଟାଟା ପାୱାର ବିଦ୍ୟୁତ୍ ବିଭାଗ ନେବା ଦିନଠାରୁ ଲୋକ ମାନଙ୍କୁ ଶୋଷଣ ଆରମ୍ଭ କରିଛି । ଚାଇନା ମିଟର ଦ୍ୱାରା ଇଲୋକ୍ଟିକ ବିଲ୍ ଅଧିକ ହେଉଛି ହେଉଥିବା ଅଭିଯୋଗ ମଧ୍ୟ ହୋଇଛି । ପୁନଶ୍ଚ ଟାଟା କମ୍ପାନୀ ଖରା ଦିନରେ ବାରମ୍ୱାର ଲାଇନ୍ କାଟିବା ଯୋଗୁଁ ଉପଭୋକ୍ତା ନାହିଁ ନଥିବା ହଇରାଣ ହେଉଛନ୍ତି । ତେଣୁ ଏ ନେଇ ସିପିଆଇ ପକ୍ଷରୁ ଟାଟା କମ୍ପାନୀର ମନମୁଖୀ କାର୍ଯ୍ୟକୁ ତିବ୍ର ବିରୋଧ କରାଯାଇଛି । ଯଦି ଏ ବିଷୟରେ ଟାଟା ପାୱର କିଛି ନବୁଝେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତିବ୍ର କରାଯିବ ବୋଲି କହିଛନ୍ତି ସିପିଆଇ ଦଳର କର୍ମକର୍ତ୍ତାମାନେ କହିଛନ୍ତି ।