ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ
ଅନୁଗୋଳ (ଏନ୍.ଏମ୍.): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛି ଗଜରାଜ । ଆଜି ଉକ୍ତ ଗାଁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା ଅନୁଗୋଳ ଡିଏଫ୍ଓ କହିଛନ୍ତି । ବିଦ୍ୟୁତ ଦ୍ୱାରା ଜଙ୍ଗଲଜନ୍ତୁ ଶିକାର କରିବା ଅଭିଯୋଗରେ ଉକ୍ତ ଗାଁର ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସେ ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ ଆଜି ସକାଳୁ ତଳଗଡ଼ ଗାଁରେ ଏକ ହାତୀ ମରି ପଡ଼ିଥିବା ଲୋକେ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ôଚ ଜନ୍ତୁ ଶିକାର ପାଇଁ ବିଛାଇଥିବା ବିଦ୍ୟୁତ୍ ତାର ଜବତ କରିଥିଲେ । ଏହି ଅଞ୍ଚଳରେ ଜଙ୍ଗଲଜନ୍ତୁ ଶିକାର କରିବା ପାଇଁ କିଛି ଦୁବୃର୍ତ୍ତ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଘଟଣାର ପର୍ଦ୍ଦା ଫାସ ହୋଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଘଟଣାର ସହ ଅଧିକ ତଦନ୍ତ ଜାରି ରହିଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।