ବିଦ୍ୟାଳୟ ସମ୍ମୁଖରେ ଡଷ୍ଟପିନ : କେନାଲ ମଧ୍ୟକୁ ଫିଙ୍ଗା ଯାଉଛି ଅଳିଆ ଆବର୍ଜନା

ବିଦ୍ୟାଳୟ ସମ୍ମୁଖରେ ଡଷ୍ଟପିନ : କେନାଲ ମଧ୍ୟକୁ ଫିଙ୍ଗା ଯାଉଛି ଅଳିଆ ଆବର୍ଜନା

ବିଦ୍ୟାଳୟ ସମ୍ମୁଖରେ ଡଷ୍ଟପିନ : କେନାଲ ମଧ୍ୟକୁ ଫିଙ୍ଗା ଯାଉଛି ଅଳିଆ ଆବର୍ଜନା

News by Kanhu charan Panda (CTC)

ଜଗତପୁର(ଏନ୍‌.ଏମ୍‌.): ନିମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସମ୍ମୁଖରେ ଡଷ୍ଟପିନରେ କୁଢ କୁଢ ଅଳିଆ ଏବଂ ପାଖରେ ଯାଇଥିବା କେନ୍ଦ୍ରାପଡା କେନାଲ ମଧ୍ୟକୁ ଅଳିଆ ଆବର୍ଜନା ଫିଙ୍ଗା ଯାଉଥିବା ଦେଖିବାକୁ ମିଳିଛି । ଏହି ବିଦ୍ୟାଳୟରେ ପ୍ରାୟ ୩ଶହ ଛାତ୍ରଛାତ୍ରୀ ପାଠ ପଢୁଥିବାବେଳେ ସ୍କୁଲରୁ ନେବା ଆଣିବା ପାଇଁ ତାଙ୍କ ଅବିଭାବକମାନେ ଏହି ଡଷ୍ଟପିନ ନିକଟରେ ଭୀଷଣ ଦୃଗନ୍ଧରେ ଛିଡା ହେଉଥିବା ଦେଖିବାକୁ ମିଳିଛି । ପୁଣି ଏହି ଡଷ୍ଟପିନ ଫୁଲ ହୋଇଗଲେ ଏହି ଅଳିଆ ଗୁଡିକୁ କେନ୍ଦ୍ରାପଡା କେନାଲ ଭିତରକୁ ଫୋପାଡି ଦିଆଯାଉ ଥିବା ଦେଖିବାକୁ ମଧ୍ୟ ମିଳିଛି । ଯାହା ଫଳରେ ଏହି କେନାଲ ଉପରେ ନିର୍ଭର କରି ଚଳୁଥିବା ଲୋକେ ବିଭିନ୍ନ ରୋଗା ଗ୍ରସ୍ତ ହୋଇ ପଡୁଥିବା ଦେଖିବାକୁ ମଳୁଛି । ସିଏମସି କର୍ତ୍ତୁପକ୍ଷ କେମିତି ଏଭଳି କଥା ଜାଣିବା ପରେ ମଧ୍ୟ ଚୁପ ବସିରହିଛି ତାହା ସାଧାରଣରେ ଜଣା ପଡୁନାହିଁ । ଅନ୍ୟପକ୍ଷରେ ସିଏମସି ମେୟର ସୁବାଷ ସିଂ ମଧ୍ୟ ବର୍ଷା ଦିନ ପୂର୍ବରୁ ସମସ୍ତ ଡ୍ରେନ ଗୁଡିକ ସଫା କରାଯିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏପରିକି କୌଣସି ସ୍ଥାନରେ ଅଳିଆ ଆବର୍ଜନା ରାସ୍ତା କଡରେ ଗଦା କରାଯିବ ନାହିଁ । କିନ୍ତୁ ଏହି ଅଞ୍ଚଳରେ ତାହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ତେଣୁ ତୁରନ୍ତ ଏଠାରୁ ଡଷ୍ଟପିନ ତୁରନ୍ତ ହଟାଇ କେନାଲ ମଧ୍ୟରୁ ଏହି ଅଳିଆ ଆର୍ବଜନାକୁ ସଫା କରିବା ପାଇଁ କଟକ-ଚୌଦ୍ୱାର ବିକାଶ ପରିଷଦ ସଭାପତି ମାନସ ପରିଡା ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ