ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ

ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ


#କଟକ(ଏନ୍‌.ଏମ୍‌.): କଟକ ନଗର ବିଜେପି ମହାନଦୀ ମଣ୍ଡଳ ପକ୍ଷରୁ ସ୍ଥାନୀୟ କଲେଜଛକ ଦୁର୍ଗା ମଣ୍ଡପ କାର୍ଯ୍ୟାଳୟ ସଭାଗୃହରେ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହିଳା ସଶକ୍ତ ଓ ସ୍ୱାବଲମ୍ବୀ କାର୍ଯ୍ୟକ୍ରମ ସହ ବିକଶିତ ଭାରତ ସଂକଳ୍ପ ଯାତ୍ରା ବିଷୟରେ ଆୟୋଜିତ ଜନସଚେତନତା କାର୍ଯ୍ୟକ୍ରମକୁ ପୂର୍ବତନ କର୍ପୋରେଟର ଆଇନଜୀବୀ ନିରୋଦ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାନଦୀ ମଣ୍ଡଳର ୧ଶହ ମିଶନ ଶକ୍ତି ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କର୍ମକର୍ତ୍ତା ଉପସ୍ଥିତ ଥିଲେ । ଦେଶରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ କେନ୍ଦ୍ରସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ସମ୍ପର୍କରେ ଉପସ୍ଥିତ ମହିଳା ପ୍ରତିନିଧିଙ୍କୁ ସଚେତନ କରାଯାଇଥିଲା । କେନ୍ଦ୍ରୀୟ ଯୋଜନାଗୁଡ଼ିକୁ ନିଜ ନାମରେ ଲାଗୁ କରି ରାଜ୍ୟ ସରକାର ଜନସାଧାରଣଙ୍କୁ ପ୍ରତାରିତ କରୁଛନ୍ତି ବୋଲି ବିଜେପି କାର୍ଯ୍ୟକର୍ତ୍ତା ଅଭିଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନଖରା ସରପଞ୍ଚ ମଧୁଛନ୍ଦା ଉପାଧ୍ୟାୟ, ରଞ୍ଜିତା ନାୟକ, ମଧୁସ୍ମିତା ସାମଲ, ଗୀତା ହେଉରୀ, ମମତା ସ୍ୱାଇଁ, ରାଜଲକ୍ଷ୍ମୀ ଜେନା, ସବିତା ନାୟକ, କୁସୁମ ରେଡି, ସୁମିତ୍ର ପାତ୍ର, କୁନି ଦାସଙ୍କ ସମେତ ଶତାଧିକ ମହିଳା ଯୋଗଦେଇଥିଲେ । ଏହି ଅବସରରେ ଯୋବ୍ରାଞ୍ଚଳର ପୂର୍ବତନ କର୍ପୋରେଟର ହେମନ୍ତ କୁମାର ବେହେରା, ସୁନିଲ ଦ୍ୱିବେଦୀ, ଅକ୍ଷୟ ଭୂୟାଁ, ବିଜୟ ବେହେରା, ବାପୁନୀ ଚୌଧୁରୀ ପ୍ରମୁଖ ଯୋଗଦେଇ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ