ବାଲିଯାତ୍ରାରେ ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା:କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ

ବାଲିଯାତ୍ରାରେ ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା:କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ

ବାଲିଯାତ୍ରାରେ ସାମ୍ବାଦିକଙ୍କୁ ପୁଲିସର ମାଡ ଘଟଣା:କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଥାନାରେ ମାମଲା ରୁଜୁ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଗତ ବାଲି ଯାତ୍ରା ସମୟରେ ଖବର ସଂଗ୍ରହ କରୁଥିବାବେଳେ ଜଣେ ସାମ୍ବାଦିକଙ୍କୁ ପୁଲିସ ମାଡ଼ମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିବାବେଳେ ଏ ନେଇ ପୁଲିସ ଅଭିଯୋଗ ଗ୍ରହଣ କରିନଥିଲା । ତେବେ ଏ ନେଇ ସାମ୍ବାଦିକ ଜୟନ୍ତ କୁମାର ରାଉତରାୟ କୋର୍ଟରେ ଏକ ମାମଲା ରୁଜ୍ଜୁ କରିଥିଲେ । ତେବେ ଆଜି କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କ୍ୟାଣ୍ଟନମେଣ୍ଟ ଥାନା ବାଧ୍ୟ ହୋଇ କେସ ନମ୍ବର ୬/୨୦୨୩ ରେ ଦଫା ୫୦୬, ୨୯୪, ୩୫୪,୩୪ ଆଇପିସିରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ନଭେମ୍ବର ୮ତାରିଖରେ ସାମ୍ବାଦିକ ଶ୍ରୀ ରାଉତରାୟ ବାଲିଯାତ୍ରା ମୁଖ୍ୟତୋରଣ ନିକଟରେ ଫଟୋ ଉଠାଇବା ସହ ଖବର ସଂଗ୍ରହ କରୁଥିଲେ ଏହି ସମୟରେ ଟ୍ରାଫିକ ପୁଲିସର କର୍ମଚାରୀ ମନୋଜ କୁମାର ବାରିବ ଓ ତୁନସ କୁମାର ପ୍ରଧାନ ଶ୍ରୀ ରାଉତରାୟଙ୍କ ମୋବାଇଲ ଛଡ଼ାଇ ନେବା ସହ ଗାଳିଗୁଲଜ କରିଥିଲେ । ତଥାପି ସେମାନଙ୍କ ରାଗ ଶାନ୍ତ ହୋଇନଥିଲା ଫଳରେ ସେମାନେ ଶ୍ରୀ ରାଉତରାୟଙ୍କୁ ଶହଶହ ଲୋକଙ୍କ ଉପସ୍ଥିତିରେ ଜଣେ ପେଶାଦାର ଅପରାଧୀଙ୍କ ଭଳି ମାଡ଼ମାରି ବାଲିଯାତ୍ରାରେ ଥିବା ପୁଲିସ କ୍ୟାମ୍ପ ପର୍ଯ୍ୟନ୍ତ ନେଇଥିଲେ । ତାଙ୍କ ଫୋନରେ ଉତ୍ତୋଳନ ହୋଇଥିବା ଫଟୋ ସମୂହକୁ କାଟି ଦେବା ସହ ଅଶ୍ଳିଳ ବ୍ୟବହାର କରିଥିଲେ । ଏ ନେଇ ଶ୍ରୀ ରାଉତରାୟ ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ପକ୍ଷପାତିତା ପ୍ରଦର୍ଶନ ପୂର୍ବକ ତାଙ୍କ ଠାରୁ ଅଭିଯୋଗ ଗ୍ରହଣ କରିନଥିଲା । ତେଣୁ ଶ୍ରୀ ରାଉତରାୟ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ । ସୂଚନା ଯୋଗ୍ୟ ଯେ, କମିଶନରେଟ ପୁଲିସ ଜନସାଧାରଣଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ଡିଣ୍ଡିମ ପିଟୁଥିବାବେଳେ କଟକରେ ବହୁ ସମୟରେ ଟ୍ରାଫିକ ଏବଂ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ବର୍ବରତା ଲୋକ ଲୋଚନକୁ ଆସିଛି । ତେଣୁ ସରକାର ତଥା ପୁଲିସ ପ୍ରଶାସନ ଏ ନେଇ ଯେତେ ସଂସ୍କାର ଆଣିବାକୁ ଉଦ୍ୟମ କରୁଥିଲେ ମଧ୍ୟ ପୁଲିସ ମେରୀରାୟ ଭଳି ବ୍ରିଟିଶ ନୀତି ଛାଡ଼ିବାକୁ ନାରାଜ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ