ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ

News by Priyabrata Sarangi (Gania)

#ନୟାଗଡ଼(ଏନ୍‌.ଏମ୍‌.): ବାରହା ଶିକାର ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବନ ଜଗୁଆଳିଙ୍କ ମୃତ୍ୟୁ ହେବା ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଉକ୍ତ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର ପାଇଁ ଦୁବୃର୍ତ୍ତମାନେ ବିଦ୍ୟୁତ ତାର ବିଛା ଦେଉଥିବା ଜଣାପଡ଼ିଛି । ତେବେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଯାଇ ଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ବନ ଜଗୁଆଳିଙ୍କ ମୃତ୍ୟୁ ଘଟିଛି । ନୟାଗଡ଼ ଜିଲ୍ଲାର ଗଣିଆ ଥାନା ଅନ୍ତର୍ଗତ ଛାମୁଣ୍ଡିଆ ଫରେଷ୍ଟ ରେଞ୍ଜରେ ଏହି ଘଟଣା ଘଟିଛି । ମୃତ ବ୍ୟକ୍ତି ଜଣଙ୍କ ହେଲେ ରଞ୍ଜିତ ସେଠୀ (୩୨) । ରଞ୍ଜିତ ଛାମୁଣ୍ଡିଆ ବିଟ୍ ହାଉସରେ ଜଗୁଆଳି ଭାବେ କାର୍ଯ୍ୟ କରୁଥିଲେ । ବିଦ୍ୟୁତ ଆଘାତ ଯୋଗୁଁ ଘଟଣାସ୍ଥଳରେ ରଞ୍ଜିତଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ବନବିଭାଗ କର୍ମଚାରୀ, ବିଦ୍ୟୁତ୍ ବିଭାଗର କର୍ମଚାରୀ ପହଞ୍ଚିଥିଲେ । ପରେ କରେଣ୍ଟ କାଟି ରଞ୍ଜିତଙ୍କ ମୃତଦେହକୁ ଉଦ୍ଧାର କରିଥିଲେ । ସ୍ଥାନୀୟ ପୁଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଅଞ୍ଚଳରେ ଏଭଳି ବେଆଇନ କାର୍ଯ୍ୟକୁ କିଭଳି ରୋକାଯାଇ ପାରିବ ସେ ନେଇ ତ୍ୱରିତ ପଦକ୍ଷେପ ନେବା ସହ ମୃତ ରଞ୍ଜିତଙ୍କ ପତ୍ନୀ ଓ ୩ ବର୍ଷର ଛୋଟ ଝିଅଙ୍କୁ ଉଚିତ ନ୍ୟାୟ ଓ ତୁରନ୍ତ କ୍ଷତିପୂରଣ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ