ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ


#ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଖାଇ ହାତୀଟିର ଅବସ୍ଥା ଗୁରୁତର ଥିଲା । ଭରତପୁର ଜଙ୍ଗଲରୁ ଅସୁସ୍ଥ ଦନ୍ତା ହାତୀଟିକୁ ଠାବ କରାଯାଇଥିଲା । ଅସୁସ୍ଥ ହାତୀର ଚିକିତ୍ସା ଓୟୁଏଟି ଓ ନନ୍ଦନକାନନ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା ଚାଲିଥିଲା । ବିସ୍ଫୋରଣରେ ହାତୀଟିର ଜିଭ ଛିଡ଼ିଯିବା ସହ ମାଢ଼ି ହାଡ଼ ଫାଟି ନଷ୍ଟ ହୋଇ ଯାଇଥିଲା । ଗତକାଲି ବିଳମ୍ବିତ ରାତିରେ ଦନ୍ତା ହାତୀଟିର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ହାତୀଟି ଖୋର୍ଦ୍ଧା ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି । ହାତୀଟିକୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁଯାୟୀ, ପ୍ରାୟ ୧୫ ଦିନ ତଳୁ ହାତୀଟି ବିସ୍ଫୋରଣର ଶିକାର ହୋଇଥିବା ଅନୁମାନ କରାଯାଉଛି । ବାରହା ଶିକାର ପାଇଁ ଶିକାରୀ ଖଞ୍ଜିଥିବା ବୋମା ଦନ୍ତା ଖାଇ ଦେଇଥିବା ସନ୍ଦେହ କରାଯାଉଛି । ଏହା ବାରହା ଶିକାର ପାଇଁ ଖଞ୍ଜା ଯାଇଥିଲା ନା ହାତୀ ମାରିବା ପାଇଁ ତାହାର ତଦନ୍ତ କରାଯିବା ସହ ଶିକାରୀକୁ ଧରିବାକୁ ବନ୍ୟଜନ୍ତୁ ପ୍ରେମୀଙ୍କ ପକ୍ଷରୁ ଦାବି ହୋଇଛି । ଅନ୍ୟପକ୍ଷରେ ହାତୀର ମୃତ୍ୟୁକୁ ନେଇ ବନ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ