ବାରବାଟୀ-କଟକ ବିଧାୟକଙ୍କ ଦ୍ୱାରା ବସ୍ତି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ
କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ଅନ୍ତର୍ଗତ ୩ ନମ୍ବର ୱାର୍ଡ ଷଣ୍ଢ ଆଶ୍ରମ ସ୍ଥିତ ବସ୍ତି, ୭ ନମ୍ବର ୱାର୍ଡର ଇଦ୍ଘା ଓ ୨୬ ନମ୍ବର ୱାର୍ଡର କାଠଗଡା ସାହି ଆଦି ବସ୍ତି ଅଞ୍ଚଳର ବାସିନ୍ଦାଙ୍କ ମଧ୍ୟରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦ ମୋକିମ ଶୀତବସ୍ତ୍ର ବିତରଣ କରିଛନ୍ତି । ବସ୍ତିର ଗରିବ, ଅସହାୟ, ବରିଷ୍ଠ ବୃଦ୍ଧ–ବୃଦ୍ଧାମାନଙ୍କୁ କମ୍ବଳ ପ୍ରଦାନ କରିଥିଲେ । କଟକ ସହରରେ ଅନେକ ବସ୍ତି ରହିଛି ଯେଉଁଠି କି ବହୁ ସଂଖ୍ୟାରେ ଅବହେଳିତ ରହିଛନ୍ତି, ସେମାନଙ୍କ ପାଇଁ ସହାୟତାର ହାତ ବଢାଇଲେ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ପାରିବେ ବୋଲି ବିଧାୟକ ମୋକିମ ତାଙ୍କ ବ୍ୟକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଗର କଂଗ୍ରେସର ସଭାପତି ଗିରିବାଳା ବେହେରା, ଶୈଳବାଳା ବେହେରା, ତୃପ୍ତି ଦାସ, ଶରତ ସେଠୀ, ସୁରଜିତ ସାହୁ, ଦିଲ୍ଲୀପ ମହାନ୍ତି, ମୀରମୁଜାଫର ଅଲ୍ଲୀ, ଅବଦୁଲ ମୋକିଦ, ବିକ୍ରମ ସାମଲ ପ୍ରମୁଖ କଂଗ୍ରେସ ନେତୃବୃନ୍ଦ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।