ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି

ବାତ୍ୟାପରେ ପୁଣି ବନ୍ୟା ଆଶଙ୍କା :ଜୁନ୍ ମାସରେ ହୀରାକୁଦ ଛାଡିବ ପାଣି; ମହାନଦୀ କୂଳିଆ ୧୩ଟି ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର (ଏନ୍‌.ଏମ୍‌.): ଓଡ଼ିଶାରେ ବାତ୍ୟା ପରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଗୋଟିଏ ପଟେ ହୀରାକୂଦ ଜଳଭଣ୍ଡାରରେ ସାମୁଦ୍ରିକ ଝଡ଼ ୟାସ ଅତି ଭୀଷଣ ବାତ୍ୟାର ରୂପ ନେଇଥିବାବେଳେ ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ଡ୍ୟାମରୁ ଆସନ୍ତା ଜୁନ୍ ମାସରେ ପାଣି ଛଡାଯିବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ଅନୁମାନ ଅନୁଯାୟୀ ବର୍ଷା ପରିମାଣ ୨୦୦ ମିଲିମିଟର ପର୍ଯ୍ୟନ୍ତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି । ସେଥିପାଇଁ ମହାନଦୀ କୂୂୂଳରେ ଅବସ୍ଥିତ ୧୩ଟି ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ସତର୍କ ରହିବାକୁ କୁହାଯାଇଛି । ସେହିସବୁ ଜିଲା ମଧ୍ୟରେ ସୁନ୍ଦରଗଡ, ସମ୍ବଲପୁର, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବଉଦ, ନୂଆପଡା, ଝାରସୁଗୁଡା, ନୟାଗଡ, କଟକ, ଅନୁଗୁଳ, ଜଗତସିଂହପୁର ଆଦି ଅନ୍ତର୍ଭୁକ୍ତ ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା କାରଣରୁ ହୀରାକୁଦ ନଦୀବନ୍ଧରୁ ଜଳ ନିଷ୍କାସନ ଦ୍ୱାରା ମହାନଦୀ ଏବଂ ତାହାର ଶାଖା ନଦୀଗୁଡିକରେ ଜଳପତନ ବୃଦ୍ଧି ହେବ । ତେଣୁ ହିରାକୁଦରୁ ଜଳନିଷ୍କାସନ କରାଯିବା ଯୋଗୁଁ ମହାଦନୀ ଓ ସଂଲଗ୍ନ ଶାଖା ନଦୀଗୁଡ଼ିକରେ ବନ୍ୟା ଆସିବ ବୋଲି ଜଣାପଡ଼ିଛି । ତେବେ ସାମୁଦ୍ରିକ ଝଡ଼ ୟାସକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରା ଯାଇଛି । ଏହି ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ପୁରୀ ଓ ଖୋର୍ଦ୍ଧା ଅନ୍ତର୍ଭୁକ୍ତ । ଏଥିସହିତ ମୟୁରଭଞ୍ଜ, ଢେଙ୍କାନାଳ ଓ ଗଞ୍ଜାମ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲାଗୁଡିକରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଇତିମଧ୍ୟରେ ବାତ୍ୟା ୟାସ୍ ପ୍ରଭାବରେ ଆଜି ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ୧୫୧ ମିଲିମିଟର, ଭଦ୍ରକ ଜିଲା ଚାନ୍ଦବାଲିରେ ୯୭ ମିଲିମିଟର ଓ ପୁରୀରେ ୪୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ଅବସରରେ ରାଜ୍ୟର ଅନେକ ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ