ବାଙ୍କୀ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଠାବ

ବାଙ୍କୀ(ଏନ୍.ଏମ୍.): ବାଙ୍କୀ ଥାନା ଅନ୍ତର୍ଗତ ଚକୁଲେଶ୍ୱର ଗ୍ରାମ ନିକଟ କାଉଚି ଆଶ୍ରମ ପଛପଟ କାଜୁ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଦୀର୍ଘ ଦିନ ଧରି ଶବ ରହିବା ଦ୍ୱାରା ଶବରୁ ମାଂସ ଆଦି ପଚି ଯାଇଥିବାବେଳେ କେବଳ କଙ୍କାଳକୁ ପୁଲିସ ଜବତ କରିଛି । ତେବେ ଏକ ଗଛରେ ଗାମୁଚ୍ଛା ବନ୍ଧା ହୋଇ ରହିଥିବାର ଦେଖିବାକୁ ମିଳିଥିବାବେଳେ ଏହି ଅଜଣା ବ୍ୟକ୍ତିଙ୍କ ମର ଶରୀର ଜଙ୍ଗଲ ମଧ୍ୟରେ ବହୁ ଦିନ ଧରି ପଡି ରହିଥିବା ଯୋଗୁ ପଚିସଢ଼ି ଦୁର୍ଗନ୍ଧ ହେବାରୁ ଲୋକେ ଗଳିତ ଶବ ସମ୍ପର୍କରେ ଜାଣିବାକୁ ପାଇଥିଲେ । କେବଳ କଙ୍କାଳ ରହିଥିବାରୁ ଏହି ଶବଟି କାହାର, କିଭଳି ମୃତ୍ୟୁବରଣ କଲେ ସେ ସମ୍ପର୍କରେ ଜଣାପଡ଼ିନାହିଁ । ଏଭଳି ନର କଙ୍କାଳ ଠାବ ହେବା ପରେ ଖେଳି ଯାଇଛି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳର ଜଣେ ଜୈନିକ ମହିଳା ଜାଳେଣି କାଠ ସଂଗ୍ରହ କରିବାକୁ ଉକ୍ତ କାଜୁ ଜଙ୍ଗଲକୁ ଯାଇଥିବାବେଳେ ଏହି ନର କଙ୍କାଳ ଦେଖି ସ୍ଥାନୀୟ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏ ନେଇ ବାଙ୍କୀ ଥାନା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଗଛରେ ଗାମୁଛା ବନ୍ଧା ହୋଇ ରହିଥିବାବେଳେ ତାର ଶରୀରର ହାଡ, ମୁଣ୍ଡ ଖପୁରୀ, ଜିନ ପ୍ୟାଣ୍ଟ୍ ତଳେ ପଡ଼ିଥିବା ଦେଖିବାକୁ ମିଳିଛି । ଏ ନେଇ ତଦନ୍ତ ଚାଲିଥିବାବେଳେ ଖୁବ ଶିଘ୍ର ପ୍ରକୃତ ସତ୍ୟାସତ୍ୟ ଜଣା ପଡିବ ବୋଲି ତାଲବସ୍ତ ଫାଣ୍ଡି ଅଧିକାରୀ ଅମରେଶ ଦାସଙ୍କ ସୂଚନା ଦେଇଛନ୍ତି ।