ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ

ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ କଟକରେ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ

News From Smrutiranjan Tripathy(Ctc)

କଟକ(ଏନ୍‌.ଏମ୍‌.): ବସୁଧୈବ କୁଟୁମ୍ବକମ ମିଶନ ପକ୍ଷରୁ ସ୍ଥାନୀୟ ଲିଙ୍କରୋଡ଼ ସ୍ଥିତ ଲିଙ୍କ ଆଇ ହସ୍ପିଟାଲ ପରିସରରେ ଏକ ସର୍ବଧର୍ମ ସମନ୍ୱୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମେରିକାର ସନ୍ଥ ସ୍ୱାମୀ ଅଦ୍ୟାନନ୍ଦ ସରସ୍ୱତୀ ଉଦ୍‌ଘାଟକ ଭାବେ ଯୋଗଦେଇ ସମସ୍ତ ଧର୍ମର ଜନସାଧାରଣ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷା କରିବା ମଣିଷର ପରମ କର୍ତ୍ତବ୍ୟ ବୋଲି ମତପ୍ରକାଶ କରିଥିଲେ । ପ୍ରତ୍ୟେକ ଧର୍ମର ମୂଳ ତତ୍ତ୍ୱ ହେଉଛି ମାନବ ଧର୍ମ । ଯେ ହେତୁ ଆମ୍ଭେ ସମସ୍ତେ ମଣିଷ ଆମ୍ଭ ଭିତରେ ଦିବ୍ୟଜ୍ଞାନ ରହିଛି । ଏଥି ସହିତ ପ୍ରତ୍ୟେକ ଧର୍ମର ମୂଳାଧାର ଏକ । ତେଣୁ ବିଭିନ୍ନତା ମଧ୍ୟରେ ଏକତା ସୃଷ୍ଟି କରିବା ମାନବୀୟ ଧର୍ମ ବୋଲି ବୁଝାଇଥିଲେ । ମିଶନର ପ୍ରତିଷ୍ଠାତା ସଭାପତି ଭାଗୀରଥୀ ସାହୁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଶାନ୍ତ ମହାରଣା ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସଭାପତି ଶ୍ରୀ ସାହୁ ଆବାହନୀ ଅଭିଭାଷଣରେ ସମଗ୍ର ବିଶ୍ୱରେ କିଭଳି ସର୍ବଧର୍ମର ସୁରକ୍ଷା ହୋଇପାରିବ ସେଥିପାଇଁ ସମସ୍ତ ଧର୍ମ ସମ୍ପ୍ରଦାୟଙ୍କୁ ନିବେଦନ କରିଥିଲେ । ପ୍ରଫେସର ବୈଷ୍ଣବ ସାମଲ ଯୋଗଦେଇ ଧର୍ମ-ଧର୍ମ ମଧ୍ୟରେ ସୁସମ୍ପର୍କ ନରହିବା ଦୁର୍ଭାଗ୍ୟ ଜନକ ବୋଲି କହିବା ସହ ସମସ୍ତଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟ ଆଣିବା ପାଇଁ ବସୁଧୈବ କୁଟୁମ୍ବକମ ମିଶନ ମାଧ୍ୟମରେ ଜନସାଧାରଣଙ୍କୁ ନିବେଦନ କରିଥିଲେ । ମୁସଲିମ ମହଲା ଉନ୍ନୟନ ପରିଷଦ ରାଜ୍ୟ ସମ୍ପାଦିକା ହସିନା ପରୱିନ, ଖ୍ରୀଷ୍ଟ ଧର୍ମର ପ୍ରତିନିଧି ପରିତୋଷ ଦାସ, ସମାଜସେବୀ ନିଶିକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ସମସ୍ତ ଧର୍ମର ମଣିଷ ନିଜ ମଧ୍ୟରେ ସୁ-ସମ୍ପର୍କ ଓ ସୁ-ସମନ୍ୱୟ ଆଣିବା ପ୍ରତ୍ୟେକ ଜନସାଧାରଣଙ୍କ ମାନବୀୟ ମୂଲ୍ୟବୋଧ ବୋଲି ବିବେଚନା କରିଥିଲେ । ପୁନଶ୍ଚ କୌଣସି ଧର୍ମରେ ହିଂସାର ସ୍ଥାନ ନାହିଁ । ଆତଙ୍କ ସୃଷ୍ଟି କରୁଥିବା ବ୍ୟକ୍ତିର କୌଣସି ଧର୍ମନାହିଁ । କୌଣସି ଧର୍ମଗ୍ରନ୍ଥରେ ହିଂସା ଆଚରଣ କରିବା ପାଇଁ ଲେଖା ନାହିଁ; କିନ୍ତୁ ସମସ୍ତ ଧର୍ମରେ ସେବା, ସମର୍ପଣ, ଅହିଂସା, କ୍ଷମା ଆଦି ରହିଥିବା ବକ୍ତାମାନେ କହିଥିଲେ । ତେବେ ଆମ୍ଭେ ସମସ୍ତେ ସଂକୀର୍ଣ୍ଣ ମାନସିକତାକୁ ଭୁଲି ବିଶ୍ୱପ୍ରେମରେ ତଲ୍ଲୀନ ହେବାକୁ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଡାକ୍ତର ଏ.କେ. ମିଶ୍ର, ପ୍ରଫେସର ପ୍ରାଧ୍ୟାପକ ଜୋତିଷ ଚନ୍ଦ୍ର ମହାନ୍ତି, ପ୍ରଧାନ ଶିକ୍ଷକ ମହେନ୍ଦ୍ର କାୟସ୍ଥ, ବୀରବର ବାରିକ, ଆଲୋକ ରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ମହାରଣା, ଡେପୁଟି ସେକ୍ରେଟାରୀ ଶ୍ରୀଧର ଦାସ, ଅକ୍ଷୟ କୁମାର ଷଡ଼ଙ୍ଗୀ, ଡକ୍ଟର ପ୍ରଭାତ କୁମାର ବାରିକ, ବିଜ୍ଞାନ ମହାନ୍ତି, ଅମରେଶ ମହାଲା, ଆଲୋକ କୁମାର ସାହୁ, ଅଧ୍ୟାପକ ଶିଶିକାନ୍ତ ବାରିକ ପ୍ରମୁଖ ଯୋଗଦେଇ ସେମାନଙ୍କ ସକରାତ୍ମକ ମତପୋଷଣ କରିଥିଲେ । ଗଙ୍ଗାଧର ସାହୁ ଧନ୍ୟବାଦ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ