ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି

ବନ୍ ଭି-ଭିଭା ଟେକ୍ନେଲୋଜି ୨୦୨୨ରେ ଆରଏମ ୦୦୧ ନିର୍ମାଣ ହୋଇଛି

News by B. Mishra (BBSR)

ଭୁବନେଶ୍ୱର (ଏନ୍‌.ଏମ୍‌.): ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି, ପ୍ୟାରିସ ଠାରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ବିଷୟରେ ଘୋଷଣା କରିଛି । ଆଇଆଇଟି ମଣ୍ଡିର ପ୍ରୋତ୍ସାହନ ଏବଂ ଏଆଇସି ସିଭି ରମଣ ଓ ଭୁବନେଶ୍ୱର ଇଞ୍ଜିନିୟରିଂ କଲେଜର ସପୋର୍ଟରେ ବନ୍ ଭି ଭାରତର ପ୍ରଥମ ଏଆଇ-ପାୱାର୍ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍ ଏୟାର ଭେଇକିଲ, ଆରଏମ ୦୦୧ ନିର୍ମାଣ କରିଛି । ଏହି ଓଡ଼ିଶା ଭିତ୍ତିକ ଷ୍ଟାର୍ଟଅପକୁ ଗ୍ଲୋବାଲ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ୱ କରିବା ସହ ଏରୋସ୍ପେଶ୍ ସଲ୍ୟୁସନ୍ କ୍ଷେତ୍ରରେ ଏହାର ପ୍ରଶଂସନୀୟ ଇନୋଭେସନକୁ ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା । କୋର୍ ଟିମର ସଦସ୍ୟ ସତ୍ୟବ୍ରତ ଶତପଥୀ (କୋ-ଫାଉଣ୍ଡର, ସିଇଓ), ଗୌରବ ଅଚ୍ଚା (କୋ-ଫାଉଣ୍ଡର, କୋ- ସିଇଓ), ଅବିନାଶ ସାହୁ (କୋ-ଫାଉଣ୍ଡର, ସିଟିଓ) ଏବଂ ରାହୁଲ କୁମାର (କୋ-ଫାଉଣ୍ଡର, ହେଡ୍ ଅଫ୍ ଡିଜାଇନ୍‌) ଏଥିରେ ଯୋଗ ଦେଇଥିଲେ । ଭିଭାଟେକ୍ ପ୍ୟାରିସରେ ଭାରତର ପ୍ରଡକ୍ଟ ଇନୋଭେସନ୍ ଷ୍ଟୋରୀକୁ ନେତୃତ୍ୱ ନେବାପାଇଁ ବନ୍ ଭିକୁ ନୀତି ଆୟୋଗ, ଇନଭେଷ୍ଟ ଇଣ୍ଡିଆ, ଅଟଳ ଇନୋଭେସନ୍ ମିସନ୍‌, ଆଇଏସ୍ପିଆଇଆରଆଇଟି ଏବଂ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ମିଳିତ ଭାବେ ଚୟନ କରିଥିଲେ । ଭିଭା ଟେକ୍ନୋଲୋଜି ୨୦୨୨ର ଷଷ୍ଠ ସଂସ୍କରଣ ଜୁନ୍ ୧୫-୧୮ରୁ ପ୍ୟାରିସଠାରେ ଅନୁଷ୍ଠିତ ହୋଇଛି । ଏଥିରେ ୧୪୯ଟି ଦେଶରୁ ପ୍ରାୟ ୧୧୯ ମିଲିୟନ୍ ଲୋକଙ୍କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଥିବାବେଳେ ଏହି ସମ୍ମାନଜନକ ସମ୍ମିଳନୀରେ ଭାରତର ପ୍ରଥମ ବିଧିବଦ୍ଧ ପ୍ରବେଶ ଥିଲା । ଏହି ସମାବେଶରେ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଟିମ୍ କୁକ୍ (ଆପଲ୍‌), ଏରିକ୍ ଏସ୍ ୟୁଆନ୍ (ଜୁମ୍‌) ଏବଂ ମାର୍କ ଜୁକରବର୍ଗ (ଫେସବୁକ୍‌)ଙ୍କ ପରି ବକ୍ତାଙ୍କ ସମେତ ୧୪୦୦୦ରୁ ଅଧିକ ଭିଜିଟର ଆସିଥିଲେ । ଏହି ଇଭେଣ୍ଟ ହେଉଛି ୟୁରୋପର ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଓ ଟେକ୍ ଇଭେଣ୍ଟ, ଯାହାକି ହଜାର ହଜାର ବ୍ୟବସାୟିକ ଉଦ୍ୟୋଗୀ, ଲିଡର୍ସ, ଡିରେକ୍ଟର୍ସ, ଆଡମିନଷ୍ଟ୍ରେଟର, ଷ୍ଟାର୍ଟଅପ୍‌, ଇନଭେଷ୍ଟର, ଗବେଷେକ ଏବଂ ଉଦ୍ଭାବକଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରି କେବଳ ବ୍ୟବସାୟ ଏବଂ ଗବେଷଣା ନୁହେଁ, ବରଂ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ । ନେଟୱର୍କ ପ୍ରଦର୍ଶନୀ ପାଇଁ ଏହା ଏକ ବିରାଟ ପ୍ଲାଟଫର୍ମ ପ୍ରଦାନ କରୁଥିବାବେଳେ ଏଥିରେ ପ୍ରଦର୍ଶନୀ, ପୁରସ୍କାର, ପ୍ୟାନେଲ ଆଲୋଚନା ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆଦି ଅନ୍ତର୍ଭୁକ୍ତ ଥିଲା ।
ବନ୍ ଭିର ଆରଏମ୦୦୧, ୪୦ କିଲୋମିଟର ଯାଏଁ ୨୦୦ କେଜିର ଓଜନ୍ ଉଠାଇବାକୁ ସକ୍ଷମ, ଯାହାକି ନେବାଆଣିବା ଜନିତ ସମସ୍ୟାର ସମାଧାନ ସାବ୍ୟସ୍ତ ହୋଇପାରିବ । ଆରଏମ ୦୦୧ର ଅତ୍ୟାଧୁନିକ ଡିଜାଇନର ମଲ୍ଟି-ୟୁଟିଲିଟି ଆପ୍ଲିକେସନ୍ ଅଛି । ଏହି ଓଣ୍ଡର ଏରିଏଲ ଭେଇକିଲ୍ ଯେ କୌଣସି ଏରିଏଲ କ୍ରାଫ୍ଟ ତୁଳନାରେ ୩ ଗୁଣା ହାଲକା ଏବଂ ହେଲିକପ୍ଟର ତୁଳନାରେ ୨ ଗୁଣ ଶକ୍ତଶାଳୀ । ଖାସ୍ ଏହି କାରଣରୁ ଆରଏମ୦୦୧ ସୁଲଭ ଦରରେ ଇ-କମର୍ସ ଲଜିଷ୍ଟିକ୍ସ ପାଇଁ ଏକ ବିକଳ୍ପ ବୋଲି ନିଜକୁ ପ୍ରମାଣିତ କରିସାରିଛି । ଏହାର ଡିଓ୩୧୧ଏ ସାର୍ଟି ଫାଇଡ୍ ବ୍ୟାଟେରୀ ଏବଂ ଏସ୍‌ଆଇସି (ସିଲିକନ୍ କାର୍ବାଇଡ୍‌) ଭିତ୍ତିକ ହାଇ ଭୋଲଟେଜ୍ ପ୍ରପଲ୍ସନ୍ ସିଷ୍ଟମ୍ ନିଶ୍ଚିତ କରେ ଯେ ଏୟାରକ୍ରାଫ୍ଟଟି ଏକ କାର୍ବନ ଶୂନ୍ୟ, ଦକ୍ଷତା ପୂର୍ଣ୍ଣ ତଥା ସୁରକ୍ଷିତ ଏମିସନ୍ ମଡେଲ । ଏହାର ସ୍ୱୟଂଚାଳିତ ସେନ୍ସର ଏବଂ ଡାଟା ପ୍ରୋସେସିଂ ପାୱାର ବଳରେ ଏହା ଅଗ୍ନି ନିର୍ବାପକ ଅପରେସନ୍ କିମ୍ବା ବିପର୍ଯ୍ୟୟ ନିରାକରଣରେ ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ବଢ଼ିଆ ଏୟାରକ୍ରାଫ୍ଟ ହୋଇପାରିବ । ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ ପଠାଇବା ହେଉ କିମ୍ବା ପାହାନଦିଆ ଅଞ୍ଚଳରେ ଲଜିଷ୍ଟିକାଲ ଅପରେସନ୍ ପାଇଁ ମ୍ୟାପିଂରେଏହା ୟୁଜର ଫ୍ରେଣ୍ଡଲି ହୋଇପାରିବ ।ଏହାର ଅଟୋ-ପାଇଲଟ୍ ବ୍ୟବସ୍ଥା ତଥା ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ପାଇଁ ଏବଂ ପ୍ରତିକୂଳ ପରିସ୍ଥିତିରେ କାମ କରିବା ପାଇଁ ଏହାର କ୍ଷମତା ଥିବାରୁ ଏହାକୁ ତଦନ୍ତ ଓ ଅନୁସନ୍ଧାନ କାର୍ଯ୍ୟରେ ବ୍ୟବହାର କରିହେବ । ମୋଟାମୋଟି ଭାବେ ବନ୍ ଭି ଆରଏମ୦୦୧ ଏକ ଭର୍ସାଟାଇଲ୍ ଏରିଏଲ ଭେଇକିଲ୍ ଯାହା କି ବ୍ୟାପକ କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହିଭଳି ଇନୋଭେସନ୍ ଜରିଆରେ ବନ୍ ଭି ଏରୋସ୍ପେଶ୍ ସଲ୍ୟୁସନ୍ କ୍ଷେତ୍ରରେ ବିପ୍ଲବ ସୃଷ୍ଟି କରିବା ସହ ଭାରତ ଓ ଏହାର ଇନୋଭେଟିଭ୍ ପ୍ରତିଭାଙ୍କୁ ବିଶ୍ୱସ୍ତରରେ ପ୍ରମୋଟ୍ କରିପାରିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ