ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ୮ ବର୍ଷରେ କେନ୍ଦ୍ରରେ ବିଜେପିର ସେବା, ସୁଶାସନ ଏବଂ ଗରିବ କଲ୍ୟାଣର ଅନନ୍ତ ଯାତ୍ରା
ଭୁବନେଶ୍ୱର(ଏନ୍.ଏମ୍.): ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସେବା, ସୁଶାସନ ଏବଂ ଗରିବକଲ୍ୟାଣର ନିରନ୍ତର ଯାତ୍ରା । ‘ଦେଶର କିଛି ହୋଇ ପାରିବ ନାହିଁ’ ଚିନ୍ତାଧାରାରୁ ‘ମୋଦି ଅଛନ୍ତି ତ ସବୁ କିଛି ସମ୍ଭବ’ର ଧାରଣା ସୃଷ୍ଟିି ହୋଇଛି । ଅତୀତରେ ସରକାର ଲୋକଙ୍କୁ କହୁଥିଲେ ‘ହେଲା ତ ହେଲା, ନହେଲେ ନାହିଁ’ । ବର୍ତ୍ତମାନ ଲୋକେ କହୁଛନ୍ତି, ‘ଯାହା ଆଗରୁ ହୋଇନଥିଲା, ତାହା ମୋଦି ସରକାରଙ୍କ ଶାସନ କାଳରେ ହେଲା’ । ଗତ ୮ ବର୍ଷ ଯାତ୍ରାରେ ଜାତି, ପରିବାର, ଭ୍ରଷ୍ଟାଚାର, ତୁଷ୍ଟିକରଣ ଭାରତୀୟ ରାଜନୀତିକୁ ସର୍ବସ୍ପର୍ଶୀ, ସର୍ବ ସମାବେଶୀ, ବିକାଶବାଦର ଜୟଯାତ୍ରାରେ ପରିଣତ କରାଯାଇଛି । ଗରିବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ ଏବଂ ସମାଜର ପ୍ରତ୍ୟେକସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତ୍ଥାନର ଯାତ୍ରା ହେଉଛି ଗତ ୮ ବର୍ଷ । କଠିନରୁ କଠିନତମ ପରିସ୍ଥିତି ଓ ଆହ୍ୱାନକୁ ସଫଳତାର ସହ ସାମ୍ନା କରିବାକୁ ଶିଖାଇଛି ଗତ ୮ବର୍ଷର ମୋଦି ଶାସନ ।ଏହା ଆତ୍ମନିର୍ଭର ଭାରତର ଯାତ୍ରା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଏବଂ ବିଶ୍ୱଗୁରୁ ହେବା ପାଇଁ ଭାରତବର୍ଷର ଯାତ୍ରା ବୋଲି କେନ୍ଦ୍ରରେ ମୋଦି ସରକାରଙ୍କ ୮ ବର୍ଷ ଶାସନର ପୁର୍ତ୍ତି ଅବସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ।
ସେ ପୁଣି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତବର୍ଷର ଆତ୍ମ ବିଶ୍ୱାସ ବୃଦ୍ଧି ପାଇଛି । ଆତ୍ମନିର୍ଭର ଭାରତ ପଥରେ ଦୃତ ଅଗ୍ରସର ହେବା ସହିତ ଲୋକଙ୍କ ଭିତରେ ରାଷ୍ଟ୍ରବାଦ ଭାବନା ବୃଦ୍ଧି ପାଇଛି । ସମସ୍ତ କ୍ଷେତ୍ରରେ ଜନତାଙ୍କ ମୌଳିକ ସୁବିଧା ବୃଦ୍ଧି ପାଇଛି । କୃଷକ ଏବଂ ଗରିବଙ୍କ ଆୟ ବୃଦ୍ଧି ପାଇଛି । ଖରାପ ପରିସ୍ଥିତିରୁ ଶୀଘ୍ର ବାହାରି ଆସିବା ଶିଖିଛି ଭାରତବର୍ଷ । ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ; ଅନ୍ତୋଦୟ; ସେବା ହିି ସଂଗଠନ; ରାଷ୍ଟ୍ର ସର୍ବୋପରୀ; ଗ୍ରାମାଂଚଳ, ଗରୀବ, କୃଷକ, ଦଳିତ, ପୀଡିତ, ପଛୁଆ, ଯୁବ, ମହିଳାଙ୍କ ବିକାଶ; ଆତଙ୍କବାଦୀ ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ଜିରୋ ଟଲରେନ୍ସ ନୀତି ଏବଂ କଲ୍ୟାଣକାରୀ ଅର୍ଥବ୍ୟବସ୍ଥାର ନିର୍ମାଣ ହେଉଛି ମୋଦି ସରକାରଙ୍କ ମୂଳ ମନ୍ତ୍ର ବୋଲି ଶ୍ରୀ ମହାନ୍ତି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ କାରଣରୁ ଅତୀତରେ କେବଳ କାଗଜ କଲମରେ ସୀମିତ ହୋଇ ରହି ଆସୁଥିବା ବିକାଶ କାର୍ଯ୍ୟ ଆଜି ବାସ୍ତବରେ ପରିଣତ ହୋଇଛି । ଗତ ୮ ବର୍ଷରେ ଦେଶର ଗରିବୀ ୨୨ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ ପାଇଛି । କରୋନା ସଂକଟ ସତ୍ତ୍ୱେ ଅତି ଗରିବ ହାର ୧ ପ୍ରତିଶତରୁ ତଳେ (୦.୮ ପ୍ରତିଶତ)ରହିଛି । ଦେଶର ପ୍ରତି ବ୍ୟକ୍ତି ଆୟ ୭୯ ହଜାରରୁ ୧.୫ ଲକ୍ଷକୁ ବୃଦ୍ଧି ହୋଇଛି । ବିଦେଶୀ ମୁଦ୍ରା ଭଣ୍ଡାର ୩୦୦ ଆରବ ଡଲାରରୁ ୬୦୦ ଆରବ ଡଲାରକୁ ବୃଦ୍ଧି ପାଇଛି । ୨୦୧୪ ମସିହା ପର୍ଯ୍ୟନ୍ତ ଦେଶରେ ମାତ୍ର ୬.୩୭ ଲକ୍ଷ ପ୍ରାଇମେରୀ ବିଦ୍ୟାଳୟ ଥିବାବେଳେ ଗତ ୮ ବର୍ଷରେ ଆହୁରି ୬.୫୩ ପ୍ରାଇମେରୀ ବିଦ୍ୟାଳୟ ସ୍ଥାପନ ହୋଇଛି ।୨୦୧୪ରେ ଦେଶର ସାକ୍ଷରତା ହାର ୬୯ ପ୍ରତିିଶତ ଥିଲା ଏବଂ ବର୍ତ୍ତମାନ ଏହି ହାର ୭୫ ପ୍ରତିଶତକୁ ପହଞ୍ଚିଛି । ଗତ ୮ ବର୍ଷରେ ୧୭୦ଟି ନୂତନ ମେଡିକାଲ କଲେଜ ଏବଂ ୧୫ଟି ନୁତନ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ୮୨୨୭ଟି ଜନ ଔଷଧି କେନ୍ଦ୍ରରେ ଶସ୍ତାରେ ଔଷଧ ଯୋଗାଇ ଦିଆଯିବା ସହ ଓଡିଶାରେ ପୁରୀ, ବାରିପଦା, ସୁନ୍ଦରଗଡ, ବଲାଙ୍ଗୀର, କୋରାପୁଟ, ତାଳଚେର ଏବଂ ବାଲେଶ୍ୱରରେ ଏମ୍ସ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଭାରତ ବର୍ଷର ରାଜପଥ ନେଟୱାର୍କ ସମଗ୍ର ବିଶ୍ୱରେ ୨ୟ ସ୍ଥାନ ଅଧିକାର କରିଛି । ଗତ ୮ ବର୍ଷରେ ପାଖାପାଖି ୩.୨୫ ଲକ୍ଷ କିଲୋମିଟରର ନୂତନ ରାଜପଥ ନିର୍ମାଣର ସ୍ୱୀକୃତି ମିଳିିଛି । ୨୦୧୩-୧୪ରେ ଦିନକୁ ୧୨ କିମି ନିର୍ମାଣ ହେଉଥିବାବେଳେ ବର୍ତମାନ ୩୭ କିମିକୁ ପହଞ୍ଚିଛି । ଓଡିଶାରେ ୫୮୯୭ କିମିର ନୂତନ ରାଜପଥ ନିର୍ମାଣ ହୋଇଛି । ସୌର ଏବଂ ପବନଚାଳିତ ଶକ୍ତିରେ ଭାରତର କ୍ଷମତା ୨ ଗୁଣ ବୃଦ୍ଧି ପାଇଛି । ଦେଶର ବାର୍ଷିକ ଖାଦ୍ୟଶସ୍ୟ ଉତ୍ପାଦନ କ୍ଷମତା ୩୧୬.୦୬ ମିଲିୟନ ଟନକୁ ବୃଦ୍ଧି ପାଇଛି । କରୋନା ମହାମାରୀ କାରଣରୁ ବିଶ୍ୱ ବଜାର ପ୍ରଭାବିତ ହେବା ସତ୍ୱେ ଗତ ଆର୍ଥିକ ବର୍ଷରେ ୪୧୮ ଆରବ ଡଲାରର ରେକର୍ଡ ପରିମାଣ ରପ୍ତାନୀ ହୋଇଛି । ୨୦୦୯ – ୨୦୧୪ (ୟୁପିଏ ସରକାର)ରେ କୃଷି ବଜେଟ ମାତ୍ର ୮.୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ୨୦୧୪-୨୦୧୯ (ମୋଦି ସରକାର)ରେ ୩୮.୮ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୩-୧୪ରେ ଭାରତର ଜିଡିପି ୧୧୨.୩୩ ଲକ୍ଷ କୋଟି ଟଙ୍କା ଥିବାବେଳେ ଆଜି ଭାରତ ବର୍ଷର ଜିଡିପି ୨୩୨.୧୪ ଲକ୍ଷ କୋଟି ଟଙ୍କାକୁ ପହଞ୍ଚିଲାଣି । ମୋଦି ଶାସନରେ ଦେଶକୁ ୫୦୦.୫ ଆରବ ଡଲାରର ବିଦେଶୀ ପୁଞ୍ଜି ନିବେଶ ହୋଇଛି । ଜିଏସଟି ସଂଗ୍ରହ ଲଗାତାର ଭାବେ ରେକର୍ଡ ସୃଷ୍ଟି କରୁଛି । ଗତ ଥର ଏହି ପରିମାଣ ୧.୬୭ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି । ଇଜ୍ ଅଫ୍ ଡୁଇଙ୍ଗ୍ କାରଣରୁ ସୁବିଧାରେ ବ୍ୟବସାୟ ଆରମ୍ଭ କ୍ଷେତ୍ରରେ ବିଶ୍ୱର ୫ଟି ଅଗ୍ରଣୀ ଦେଶରେ ଭାରତବର୍ଷ ରହିଛି । ୩ ଟ୍ରିଲିୟନ ଡଲାରରେ ପହଂଚି ସାରିଥିବା ଆମ ଦେଶର ଅର୍ଥବ୍ୟବସ୍ଥା ବହୁ ଶୀଘ୍ର ୫ ଟ୍ରିଲିୟନ ଡଲାର ଅର୍ଥନୀତି ଦିଗକୁ ଅଗ୍ରସର ହେଉଛି ବୋଲି ମତପ୍ରକାଶ ପାଇଛି ।
ଖଦୀ ବସ୍ତ୍ର ବ୍ୟବସାୟ ୧.୧୫ ଲକ୍ଷ କୋଟି ଟଙ୍କାରେ ପହଂଚିସାରିଛି । ଷ୍ଟାର୍ଟ ଅପ୍ ଏବଂ ୟୁନିକର୍ଣ୍ଣ ହବ୍ ଭାବେ ଭାରତ ଆଜି ବିଶ୍ୱ ଦରବାରରେ ନିଜକୁ ପ୍ରତିଷ୍ଠିତ କରିଛି । ଔଇଗ (ଜନଧନ, ଆଧାର, ମୋବାଇଲ) କାରଣରୁ ଲାଭାର୍ଥୀମାନେ ସିଧାସଳଖ ଭାବେ ଶତ ପ୍ରତିଶତ ସହାୟତା ରାଶି ପାଉଛନ୍ତି । ଡିବିଟି ଜରିଆରେ ଗତ ୮ ବର୍ଷରେ ମୋଦି ସରକାର ୨୨୫ ଖରବ ଟଙ୍କା ପ୍ରଦାନ କରିଛନ୍ତି । ପୋଷ୍ଟ ଅ‘ିସରେ ରେଳ ସଂରକ୍ଷଣ, ବ୍ୟାକିଂ, ପାସପୋର୍ଟ ସୁବିଧା । ୧୪ର୍ଦ୍ଦଶ ଏବଂ ୧୫ଦଶ ଅର୍ଥ କମିଶନରେ ସଶକ୍ତ ପଂଚାୟତ ଏବଂ ପର୍ଯ୍ୟାପ୍ତ ଅର୍ଥ ଆବଂଟନ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରୀ), ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ),ସ୍ୱଚ୍ଛଭାରତ ଯୋଜନା, ହର୍ ଘର୍ ନଲ୍ ପେ ଜଲ୍ ଯୋଜନାରେ, ପିଏମ ଉଜ୍ଜ୍ୱଳା ଯୋଜନା, ସୌଭାଗ୍ୟ (ଉଜଳା) ଯୋଜନା, ଗରୀବ କଲ୍ୟାଣ ଅନ୍ନ ଯୋଜନା, କିଶାନ ସମ୍ମାନ ନିଧି ଯୋଜନା, ପିଏମ କୃଷି ସିଚାଇ ଯୋଜନା, ପିଏମ ଫସଲ ବୀମା ଯୋଜନା, ଆୟୁଷ୍ମାନ ଭାରତ ଯୋଜନା, ପିଏମ ମୁଦ୍ରା ଯୋଜନା, ପିଏମ୍ ଜନଧନ ଯୋଜନା ଆଦି ପ୍ରଣୟନ କରାଯାଇ ଗରିବଙ୍କ ଉନ୍ନତି ସାଧିତ କରାଯାଇ ପାରିଛି । ଏଥି ସହିତପ୍ରତ୍ୟେକ ଗରୀବଙ୍କୁ ବାସଗୃହ, ବିଜୁଳି, ଶୈାଚାଳୟ, ପାନୀୟ ଜଳ, ରୋସାଇ ଗ୍ୟାସ, ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କାର୍ଡ ଯୋଗାଇବା । ପ୍ରତ୍ୟେକ ଗ୍ରାମକୁ ଇଂଟରନେଟ. ଜନ ସହାୟତା କେନ୍ଦ୍ର, ପକ୍କା ସଡକ । ଖାଦ୍ୟ ଶସ୍ୟ, ରକ୍ଷା, ମହାକାଶ, ଏସଏଚଜି, ସେନାରେ ମହିଳା ଅ‘ିସର ନିୟୋଜିତ, ମୁଦ୍ରା ଋଣ ପାଇଁ ପ୍ରାଥମିକତା, ବେଟି ବଚାଓ-ବେଟି ପଢାଓ, ସୁକନ୍ୟା ସମୃଦ୍ଧି ଯୋଜନା, ପିଏମ ସମର୍ଥ ଯୋଜନା, ମାତୃ ବନ୍ଦନା ଯୋଜନା ଜରିଆରେ ମହିଳା ସଶକ୍ତିକରଣ, ଏ‘ପିଓ, ଡିଜିଟାଲ ଇଣ୍ଡିଆ, ୱାନ୍ ନେସନ – ୱାନ୍ ରାସନ୍, ଦକ୍ଷତା ଓ କୈାଶଳ ବବିକାଶ ପାଇଁ ସ୍ୱତନ୍ତ୍ର ମନ୍ତ୍ରାଳୟ ଗଠନ, ପିଏମ ସ୍ୱନିଧି ଯୋଜନା, ଉଡାନ ଯୋଜନା ଜରିଆରେ ଆତ୍ମନିର୍ଭର ଭାରତ ଗଠନ ସମ୍ଭବ ହୋଇପାରିବ ଏବଂ ଏହାକୁ ଲକ୍ଷ୍ୟ ରଖି ମୋଦି ସରକାର କାର୍ଯ୍ୟରତ ବୋଲି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଥିଲେ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡା ଓ ଅନୀତା ଶୁଭଦର୍ଶିନୀ, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଓ ଡ.ଲେଖାଶ୍ରୀ ସାମନ୍ତସିଂହାର ପ୍ରମୁଖ ଉପସ୍ଥିତ ଥିଲେ ।