ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌

ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ୯୭.୮୯ପ୍ରତିଶତ ପାସ୍‌

 

କଟକ (ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ ଆଜି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଛି । କରୋନା ଯୋଗୁ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ହୋଇପାରି ନଥିଲା ବେଳେ ବିକଳ୍ପ ବ୍ୟବସ୍ଥା ଯୋଗେ ପିଲାଙ୍କ ମୂଲ୍ୟାୟନ କରି ଫଳ ପ୍ରକାଶ କରାଯାଇଛି । ଏଥର ୯୭.୮୯ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଉପସ୍ଥିତିରେ ଅପରାହ୍ଣ ୪ଟାରେ ପରୀକ୍ଷା ଫଳ ପ୍ରକାଶ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନେ ସନ୍ଧ୍ୟା ୬ଟା ଠାରୁ www.bseodisha.ac.in ଏବଂ www.bseodisha.nic.in ୱେବସାଇଟରେ ସେମାନଙ୍କ ମାର୍କ ଜାଣିପାରିବେ । ସେହିପରି ଏସଏମଏସ ଜରିଆରେ ମଧ୍ୟ ଛାତ୍ରଛାତ୍ରୀ ରେଜଲ୍ଟ ପାଇ ପାରିବେ । ଏଥିପାଇଁ ସେମାନଙ୍କୁ ମୋବାଇଲରେ ଓଆର୦୧ ଲେଖି ସ୍ପେଶ୍ ଦେବା ପରେ ରୋଲ ନମ୍ବର ଲେଖି ୫୬୭୬୭୫୦କୁ ଏସଏମଏସ କରିବାକୁ ହେବ ।
ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ମୋଟ ୫, ୭୪, ୧୨୫ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ୭୭୦୩ ଛାତ୍ରଛାତ୍ରୀ ଫେଲ୍ ହୋଇଥିବା ବେଳେ ୪୪୧୨ପିଲା ଅନୁପସ୍ଥିତ ରହିଥିଲେ । ସେହିପରି ୨୨୫୬ ପିଲାଙ୍କ ମାର୍କ ସ୍କୁଲଗୁଡ଼ିକ ଦେଇ ନାହାନ୍ତି । ପାସ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ୧ ଗ୍ରେଡ୍ ପାଇଥିବା ବେଳେ ୨୨, ୧୩୧ ଜଣ ଏ୨ ଗ୍ରେଡ ପାଇଛନ୍ତି । ସେହିଭଳି ୫୨, ୧୯୯ ଜଣ ଛାତ୍ରଛାତ୍ରୀ ବି ୧ ଓ ୯୪, ୪୭୫ ଜଣ ଛାତ୍ରଛାତ୍ରୀ ବି୨ ଗ୍ରେଡ୍ ପାଇଛନ୍ତି । ସେ ପୁଣି କହିଛନ୍ତି ଯେ, ୫୯୪୫ଟି ସ୍କୁଲରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି । ତେବେ ଏଥର କୌଣସି ସ୍କୁଲ ଶୂନ୍ୟ ରେଜଲ୍ଟ କରିନାହିଁ । ଚଳିତ ବର୍ଷ ଏକ୍ସ ରେଗୁଲାରରେ ୫୩, ୨୭୯ ଜଣ ପିଲାଙ୍କର ମୂଲ୍ୟାୟନ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୪୭, ୦୬୦ ଜଣ ପାସ୍ କରିଛନ୍ତି । ଅର୍ଥାତ୍ ଚଳିତ ବର୍ଷ ଏକ୍ସରେଗୁଲାରରେ ପାସ୍ ହାର ୮୮.୩୦ ପ୍ରତିଶତ ରହିଛି । ବୋର୍ଡ ସଭାପତି କହିଛନ୍ତି, ମାଟ୍ରିକ୍ ରେଜଲ୍ଟକୁ ନେଇ କୌଣସି ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ହେଲେ ପରୀକ୍ଷା ଦେଇ ପାରିବେ । ସ୍ଥିତି ସ୍ୱାଭାବିକ ହେଲେ ସେମାନେ ପରୀକ୍ଷା ଦେବେ । ଏଥିପାଇଁ ଜୁଲାଇ ୫ରୁ ଫର୍ମ ପୂରଣ କରାଯିବ । ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି