ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କୁ ୨ କୋଟି ଟଙ୍କା ଜୋରିମାନା

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କୁ ୨ କୋଟି ଟଙ୍କା ଜୋରିମାନା

ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡାଙ୍କୁ ୨ କୋଟି ଟଙ୍କା ଜୋରିମାନା


ବେଙ୍ଗାଲୁରୁ (ଏଜେନ୍ସି): କୋର୍ଟରେ ଦୋଷୀ ସାବ୍ୟସ୍ତ ହେବା ପରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଜୋରିମାନା କରାଯାଇଛି । ସୂଚନା ଅନୁଯାୟୀ ବେଙ୍ଗାଲୁରର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବଗୌଡାଙ୍କୁ ୨ କୋଟି ଟଙ୍କାର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରୀ ଦେବଗୌଡା ୧୦ ବର୍ଷ ତଳେ ଏକ ଟିଭି ସାକ୍ଷାତକାରରେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ ବିରୋଧରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ କୋର୍ଟ ଏହି ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ କନ୍ନଡ ନ୍ୟୁଜ ଚ୍ୟାନେଲରେ ୨୦୧୧ ମସିହା ଜୁନ୍ ୨୮ତାରିଖରେ ଦେବଗୌଡାଙ୍କ ଏକ ସାକ୍ଷାତକାର ପ୍ରସାରିତ ହୋଇଥିଲା । ଯେଉଁଥିରେ ସେ ନନ୍ଦି ଇନଫ୍ରାଷ୍ଟକଚର କୋରିଡର ଏଣ୍ଟରପ୍ରାଇଜେସ କମ୍ପାନୀ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ ବୋଲି ସ୍ଥାନୀୟ କୋର୍ଟ କହିଛନ୍ତି । ଜେଡିଏସର ପ୍ରତିଷ୍ଠାତା କମ୍ପାନୀର ବିଭିନ୍ନ ସ୍କିମକୁ ଟାର୍ଗେଟ କରି କହିଥିଲେ ଏହା ଏକ ପ୍ରକାର ‘ଲୁଟ୍‌’ । ହେଲେ ସ୍ଥାନୀୟ କୋର୍ଟ ଏହି ମାମଲାର ଶୁଣାଣି କରିବା ବେଳେ କହିଛନ୍ତି ଦେବଗୌଡା ଯେତେବେଳେ ଏହି ଯୋଜନାକୁ ଲୁଟ୍ ବୋଲି କହିଥିଲେ ସେତେବେଳେ ହାଇକୋର୍ଟ ଏହି ମାମଲା ଉପରେ ରୋକ୍ ଲଗାଇଥିଲେ । ଜୁନ୍ ୧୭ରେ ହାଇକୋର୍ଟ ମଧ୍ୟ ରାୟ ଶୁଣାଇ କହିଥିଲେ କମ୍ପାନୀର ପରିଯୋଜନା ବଡ଼ ରହିଛି ଏହା କର୍ଣ୍ଣାଟକର ହିତରେ ହୋଇଛି । ଏହାପରେ ସ୍ଥାନୀୟ କୋର୍ଟ ଜୁନ୍ ୨୨ରେ ଶୁଣାଣି କରି ଦେବଗୌଡାଙ୍କୁ ୨କୋଟିର ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦେବଗୌଡାଙ୍କ ମନ୍ତବ୍ୟକୁ ଚ୍ୟାଲେଞ୍ଜ କରି ଏନଆଇସିଆଇ କୋର୍ଟର ଦ୍ୱାରସ୍ଥ ହୋଇଥିଲା । କମ୍ପାନୀର ନିର୍ଦ୍ଦେଶକ ଦେଉଛନ୍ତି ଅଶୋକ ଖେନି । ଯିଏକି କର୍ଣ୍ଣାଟକ ବିଦର ଦକ୍ଷିଣର ପୂର୍ବତନ ବିଧାୟକ । ତେବେ ଯଦି ଏଭଳି ମନ୍ତବ୍ୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବ ତାହେଲେ ଆଗାମୀ ଦିନରେ ଅନେକ ହିତକର ଯୋଜନା ବିରୋଧରେ ମନ ଇଚ୍ଛା ଟିପ୍ପଣୀ କରି ବଦନାମ କରିବାକୁ ମସୁଧା ତିଆରି ହୋଇପାରେ । ତେଣୁ ଏପରି ମନ୍ତବ୍ୟ ଉପରେ ରୋକ୍ ଲାଗିବା ଦରକାର । ନହେଲେ ଅନେକ ହିତକର ପରିଯୋଜନା ବାଧା ପ୍ରାପ୍ତ ହେବ ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ