ପୂର୍ବତଟ ରେଳପଥ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ
ଭୁବନେଶ୍ୱର (ଏନ୍.ଏମ୍.): ପୂର୍ବତଟ ରେଳପଥ ପକ୍ଷରୁ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି । ସୁସ୍ଥ ପରିବେଶ ଗଠନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ରେଳକର୍ମଚାରୀମାନେ ସେମାନଙ୍କ ତରଫରୁ ନିଜେ ସହଜସାଧ୍ୟ ଉଦ୍ୟମ ଦ୍ୱାରା କାର୍ଯ୍ୟ କରିବାକୁ କାର୍ଯ୍ୟକାରୀ ମହାପ୍ରବନ୍ଧକ ନିବେଦନ କରିଛନ୍ତି । ଏହି ଅବସରରେ ରେଳପଥ କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ବ୍ୟାପକ ବୃକ୍ଷ ରୋପଣ କରାଯାଇଥିଲା । ଏଥି ସହିତ ପରିବେଶ ସମ୍ବନ୍ଧୀୟ ସଚେତନତା ପାଇଁ ରେଳବାଇ କର୍ମଚାରୀଙ୍କ ପିଲା ମାନଙ୍କ ସହିତ ସ୍କୁଲ ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପ୍ରଭାତ ଫେରି, ପ୍ରବନ୍ଧ ଓ ଡ୍ରଇଂ ପ୍ରତିଯୋଗିତା ଉତ୍ତମ ପରିବେଶ ପାଇଁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପ୍ରକୃତି ସହିତ ଐକ୍ୟବଦ୍ଧତା ସହିତ ନିରନ୍ତର ବଞ୍ଚିବା ହେଉଛି ବର୍ତ୍ତମାନ ଏକମାତ୍ର ମାର୍ଗ-ରେଳ କର୍ମଚାରୀ ଏବଂ ସେମାନଙ୍କ ପିଲାମାନଙ୍କ ସହିତ ଜନ ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପୂର୍ବତଟ ରେଳପଥର କାର୍ଯ୍ୟକାରୀ ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ କହିଛନ୍ତି । ଏକ ଉତ୍ତମ ପରିବେଶ ସହିତ ଟ୍ରେନ୍ ଏବଂ ରେଲୱେ ପରିସରରେ ପରିବେଶ ସମସ୍ୟା ନିରାକରଣ ପାଇଁ ସମସ୍ତ କର୍ମଚାରୀ ଏବଂ ସେମାନଙ୍କ ମାନେ ସେମାନଙ୍କ ତରଫରୁ ନିଜେ ସହଜ ସାଧ୍ୟ ଉଦ୍ୟମ ଦ୍ୱାରା ସୁସ୍ଥ ପରିବେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କାର୍ଯ୍ୟ କରିବା ଦରକାର । ପୂର୍ବାହ୍ନରେ ଶ୍ରୀ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରେଳପଥର ପ୍ରମୁଖ ଓ ବରିଷ୍ଠ ଅଧିକାରୀମାନଙ୍କ ସହିତ କର୍ମଚାରୀମାନେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ଭୁବନେଶ୍ୱର ସ୍ଥିତ ରେଳପଥ ମୁଖ୍ୟାଳୟ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କରିଥିଲେ । ରେଳପଥର ସମସ୍ତ ରେଳମଣ୍ଡଳ ଯଥା ଖୋର୍ଦ୍ଧା ରୋଡ଼, ସମ୍ବଲପୁର ଓ ୱାଲଟିୟର ରେଳମଣ୍ଡଳ ପକ୍ଷରୁ ବିଭିନ୍ନ ସ୍ଥାନରେ ମଧ୍ୟ ରେଳବାଇ ପରିବେଶରେ ବ୍ୟାପକ ଭାବେ ବୃକ୍ଷରୋପଣ କରାଯାଇଅଛି । ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରେଳବାଇ କର୍ମଚାରୀ ଓ ସେମାନଙ୍କ ପିଲାମାନେ ବହୁମାତ୍ରାରେ ପ୍ରଭାତଫେରୀ, ପ୍ରବନ୍ଧ ଲେଖନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗନେଇ ସାଧାରଣ ଲୋକମାନଙ୍କୁ ପରିବେଶ ସମ୍ବନ୍ଧରେ ସଚେତନତାର ବାର୍ତ୍ତା ଦେବା ସହିତ ପ୍ଲାକ କାର୍ଡ ଓ ବ୍ୟାନର ଧରି ବିଭିନ୍ନ ପ୍ରକାର ପରିବେଶ ସଚେତନତା ଓ ପ୍ରଦୂଷଣ ମୁକ୍ତ ପର୍ଯ୍ୟାବରଣ ର ସ୍ଲୋଗାନ ଦେଇ ଲୋକମାନଙ୍କୁ ସଚେତନତା କରାଇଥିଲେ । ପିଲାମାନଙ୍କୁ ମଧ୍ୟ ବୃକ୍ଷ ରୋପଣ ଓ ଏହାର ଯତ୍ନ ନେବା ପ୍ରତି ପ୍ରୋତ୍ସାହିତ କରାଯାଇଥିଲା । ଏହା ବ୍ୟତୀତ, ବିଶ୍ୱ ପରିବେଶ ଦିବସ ପାଳନକୁ ସ୍ମରଣୀୟ କରିବା ସହିତ ସାଧାରଣ ଜନତାଙ୍କୁ ସଚେତନ କରିବା ପାଇଁ ରେଳବାଇ ପିଲାମାନଙ୍କ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ (ପଥପ୍ରାନ୍ତ ନାଟକ) ମଧ୍ୟ ଆୟୋଜିତ କରାଯାଇଥିଲା ।