ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ

ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ

ପୁଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବା ଘଟଣା: ସାଂସଦ ଭର୍ତୃହରିଙ୍କ ବିରୋଧରେ ଚାର୍ଜଫ୍ରେମ


#କଟକ(ଏନ୍‌.ଏମ୍‌.): ଚଳିତ ସାଧାରଣ ନିର୍ବାଚନ ପୂର୍ବରୁ କଟକର ଲୋକସଭା ସାଂସଦ ଭର୍ତୃହରି ମହାତାବଙ୍କ ବିରୋଧରେ ସ୍ୱତନ୍ତ୍ର ଏମ୍‌ପି/ଏମ୍‌ଏଲଏ କୋର୍ଟରେ ଚାର୍ଜଫ୍ରେମ୍ ହୋଇଛି । ଗତ ୨୦୧୧ ମସିହା ଜାନୁୟାରୀ ୨୩ ତାରିଖରେ ଶ୍ରୀ ମହତାବ ଅମିତାଭ ମହାପାତ୍ର ନାମକ ଜଣେ ପୋଲିସ ସବ୍ ଇନିସ୍‌ପେକ୍ଟର୍‌ଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତାଙ୍କ ବିରୋଧରେ ଚାର୍ଜଫ୍ରେମ ହୋଇଛି । ସାଂସଦଙ୍କ ବିରୋଧରେ ଆଇପିସିର ଦଫା ୩୪୧, ୩୨୩, ୨୯୪, ୩୫୩ ଓ ୫୦୬ ଲାଗୁ କରାଯାଇଛି । ଅଭିଯୋଗକାରୀ ଅମିତାଭ ମହାପାତ୍ର ସେତେବେଳେ ମଙ୍ଗଳାବାଗ ଥାନାରେ ସବ୍ ଇନିସ୍‌ପେକ୍ଟର୍ ଥିବା ବେଳେ ଏବେ କମିଶନରେଟ ପୋଲିସରେ ଏସିପି ଅଛନ୍ତି । ଗତ ୨୦୧୧ ଜାନୁୟାରୀ ୨୩ ତାରିଖ ନେତାଜୀ ଜୟନ୍ତୀରେ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ମ୍ୟୁଜିୟମ୍‌ର ସୁରକ୍ଷା ଦାୟିତ୍ୱରେ ତତ୍କାଳୀନ ଏସ୍‌ଆଇ ଶ୍ରୀ ମହାପାତ୍ର ରହିଥିଲେ । କଟକ ଡିସିପିଙ୍କ ନିର୍ଦ୍ଦେଶ ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମ୍ୟୁଜିୟମ ମଧ୍ୟକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା । ଶ୍ରୀ ମହାପାତ୍ର ଉକ୍ତ ନିର୍ଦ୍ଦେଶ ପାଳନ କରୁଥିବାବେଳେ ସାଂସଦଙ୍କୁ ଭିତରକୁ ଛାଡିନଥିଲେ । ଏଥିସହିତ ସାଂସଦ ଶ୍ରୀ ମହତାବ ସୁରକ୍ଷା ଦାୟିତ୍ୱରେ ଥିବା ସବଇନ୍ସପେକ୍ଟର ଶ୍ରୀ ମହାପାତ୍ରଙ୍କୁ ଗାଳି କରିଥିଲେ । ଏପରିକି ମାତ୍ର କୌଣସି ଦୋଷ ନଥାଇ ଶ୍ରୀ ମହତାବ ସବ୍ ଇନିସ୍‌ପେକ୍ଟର୍‌ଙ୍କୁ ଏକ ଚାପୁଡ଼ା ମାରିଥିଲେ ବୋଲି ସେ ଦରଘାବଜାର ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିି କରି ଥାନାରେ ଏକ କେସ୍ ରୁଜୁ ହେବା ସହ ତଦନ୍ତ କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ