ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ


#କଟକ(ଏନ୍‌.ଏମ୍‌.): କଟକ ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍‌ତାଇ କରୁଥିବା ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣ କୁଖ୍ୟାତ ଲୁଟେଣାକୁ ଆଜି ପୁରୀଘାଟ ଥାନା ପୁଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ୩୧ ଗ୍ରାମ୍ ଓଜନର ତିନୋଟି ସୁନା ଚେନ୍‌,ଗୋଟିଏ ବଜାଜ୍ ପଲସର ବାଇକ(ଓଡି-୦୭-ଏକ୍ୟୁ-୬୧୧୦) ଓ ଗୋଟିଏ ମାଷ୍ଟର କି ଜବତ କରିଛି । ପୁଲିସ ଯାଜପୁର ଜିଲ୍ଲା ଜଖପୁରା ଥାନା ଅନ୍ତର୍ଗତ ଦଶମାଣିଆର ଦୀପକ ପ୍ରଧାନ(୧୯) ଓ ଭୋଲା ପ୍ରଧାନ(୨୪) ଏବଂ ଜଖପୁରାରେ ରହୁଥିବା କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅନ୍ତର୍ଗତ ବେଡାରିର ପ୍ରଦୀପ ସାହୁ(୪୨)କୁ ଗିରଫ କରିଛି । ଗତ ୧୫ ତାରିଖ ପିଠାପୁର ଡାଲିମିଲ୍ ଲେନ୍‌ର ସୋନି ପାଣିଗ୍ରାହୀ ସନ୍ଧ୍ୟା ୫ଟା ସମୟରେ ଘରକୁ ଫେରୁଥିଲାବେଳେ ଦୋଳମୁଣ୍ଡାଇ ଛକଠାରେ ଦୁଇଜଣ ଦୁଦୃର୍ତ୍ତ ଏକ ବଜାଜ୍ ପଲସର ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ ଛିଡାଇ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏନେ ସେ ଥାନାରେ ଏତଲା ଦେବାପରେ ପୁଲିସ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଚାଇଥିଲା । ସିସିଟିଭିି ଫୁଟେଜରୁ ଉପରୋକ୍ତ ଅଭିଯୁକ୍ତମାନଙ୍କର ସଂପୃକ୍ତି ଜଣାପଡିବା ପରେ ପୁଲିସ ବିଭିନ୍ନ ସନ୍ଧିଗ୍ଧ ଅଞ୍ଚଳରେ ଚଢାଉ କରି ଲୁଟେରାଙ୍କୁ ଧରିଥିଲା । ସେମାନଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେମାନେ ଅପରାଧ ଘଟାଇଥିବା ସଂକ୍ରାନ୍ତରେ ସ୍ୱିକାର କରିଥବଲେ । ଏଥି ସହିତ ସେଦିନ ଗଣେଶଘାଟ ନିକଟରୁ ମଧ୍ୟ ଆଉ ଏକ ଛିନତାଇ କରିଥିବା ନେଇ ପୁଲିସ ନିକଟରେ ସ୍ୱୀକାର କରିଥିଲେ । ଲୁଟେରା ଦ୍ୱୟ ଉତ୍ତରପ୍ରଦେଶ, ବିହାର, ପଶ୍ଚିମ ବଙ୍ଗର କୋଲକତା, ହଜାରିବାଗ, ମୋତିହାରି, ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରେ ଛିନତାଇ, ଡିକି ଭଙ୍ଗା, ଅଳଙ୍କାର ଦୋକାନରୁ ଚୋରି, ଡକାୟତି ଭଳି ଘଟଣା ଘଟାଇଥିବାର ପୁଲିସ ଜାଣିପାରିଛି । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲଣ କରାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ