ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ

ପୁଣି ଜଗତପୁର ଅଞ୍ଚଳରେ ଏକ ନକଲି ମସଲା କାରଖାନାରେ ଚଢ଼ାଉ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ନକଲି ସାମଗ୍ରୀ ତିଆରିର ପେଣ୍ଠସ୍ଥଳ ପାଲଟିଛି କଟକ । କଟକ ସହର ହେଉବା ଜିଲ୍ଲାର ବିଭିନ୍ନ ଅଞ୍ଚଳ ସବୁଆଡେ ତିଆରି ଚାଲିଛି କିଛିନା କିଛି ନକଲି ତଥା ଭେଜାଲ ସାମଗ୍ରୀ । ଖାଦ୍ୟ ସାମଗ୍ରୀ ଠାରୁ ଆରମ୍ଭ କରି ପୂଜା ସାମଗ୍ରୀ ଓ ଘରତିଆରି ସାମଗ୍ରୀ; ସେ ସବୁ ପ୍ରସ୍ତୁତକାରୀଙ୍କ ପାଇଁ କଟକ ସତେ ଯେମିତି ରାଜଧାନୀ ପାଲଟି ଯାଉଛି । ନିକଟ ଅତିତରେ ବହୁ ନକଲି ସାମଗ୍ରୀ ଜବତ ହୋଇଥିଲେ ମଧ୍ୟ ନକଲି ସାମଗ୍ରୀ ପ୍ରସ୍ତୁତକାରୀ ଠକଙ୍କ ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ତେବେ ଆଜି କଟକ ସହର ଉପକଣ୍ଠ ଜଗତପୁର ଶିଳ୍ପାଞ୍ଚଳରେ ନକଲି ମସଲା ପ୍ରସ୍ତୁତ ହେଉଥିବା କାରଖାନାରେ ଚଢ଼ାଉ କରାଯାଇଛି । ସିଏମସି ସ୍ୱାସ୍ଥ୍ୟ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ ଓ କମିଶନରେଟ ପୁଲିସର ମିଳିତ ଉଦ୍ୟମରେ ଆଜି ଚଢ଼ାଉ କରାଯାଇ ଜଗତପୁର ଅଞ୍ଚଳର ସାଇ ସମୀକ୍ଷା ନଗର ଅଞ୍ଚଳରେ ନକଲି ମସଲା ପ୍ରସ୍ତୁତ ହେଉଥିବା ସମ୍ପର୍କରେ ଜାଣିବାକୁ ପାଇଛି । ସମ୍ପୃକ୍ତ କାରଖାନାରେ ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଆଦି ପ୍ରସ୍ତୁତ ଚାଲିଥିଲା । ତେବେ ଏହି କାରଖାନାର କୌଣସି ବୈଧତା ନଥିବାବେଳେ ଯେଉଁ ବ୍ରାଣ୍ଡର ମସଲା ପ୍ରସ୍ତୁତ ହେଉଥିଲା ସେଥିରେ ମଧ୍ୟ କୌଣସି କାଗଜପତ୍ର ନଥିଲା । ସେହିଭଳି ଏହି ମସଲାରେ ଚାଉଳ, କୁଣ୍ଡା, ରାସାୟନିକ ରଙ୍ଗ ଆଦି ମିଶ୍ରିତ କରାଯାଇ ବଜାରକୁ ଛଡ଼ାଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ