ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ
ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ- ହାଇକୋର୍ଟ


#କଟକ (ଏନ୍‌.ଏମ୍‌.): କଟକରେ ପାର୍ବଣ ସମୟରେ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାର ରାୟ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ଫଳରେ ରାଜ୍ୟ ସରକାର କୋଭିଡ ଗାଇଡ଼ ଲାଇନରେ ଯେଉଁ ୪ଫୁଟର ମୂର୍ତ୍ତି ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ତାହା ବଳବତ୍ତର ରହିଥିବା ଜଣାପଡ଼ିଛି । ତେବେ କଟକରେ ମା’ ଦୁର୍ଗାଙ୍କ ୪ ଫୁଟ୍ ଉଚ୍ଚତାକୁ ବିରୋଧ କରି କଟକ ବାଲୁବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଗତକାଲି ମାମଲାର ଶୁଣାଣି କରି କୋର୍ଟ ରାୟ ସଂରକ୍ଷିତ ରଖିଥିବା ବେଳେ ଆଜି ହାଇକୋର୍ଟ ଏହାର ରାୟ ଶୁଣାଇଛନ୍ତି ।
ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ଦାଏର କରାଯାଇ ୫ଶହ ବର୍ଷର ପୁରୁଣା ପରମ୍ପରା ବଜାୟ ରଖିବାକୁ ଆବେଦନ ହୋଇଥିଲା । କିନ୍ତୁ ହାଇକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି । କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ୪ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ ବୋଲି ସରକାର ନିଷ୍ପତ୍ତି ନେଇଥିଲେ । ହାଇକୋର୍ଟ ସିଧାସିଧା କହିଛନ୍ତି ଯେ, ସରକାରଙ୍କ କୋଡିଭ୍ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ । ତେଣୁ ହାଇକୋର୍ଟ ଏବେ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦେଇଛନ୍ତି । ଅନ୍ୟପକ୍ଷରେ ହାଇକୋର୍ଟରୁ ନିରାଶ ହୋଇଥିବା ବାଲୁବଜାର ପୂଜା କମିଟି ଆଗକୁ କ’ଣ କରିବ, ସେ ନେଇ କିଛି ଜଣା ପଡ଼ିନାହିଁ । ଏହି କମିଟି ଆଗକୁ ସୁପ୍ରିମକୋର୍ଟ ଯିବ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ତେଣୁ ସରକାରଙ୍କ କୋଭିଡ୍ ଗାଇଡ଼ ଲାଇନ ଅନୁଯାୟୀ ଏଥର ଦୁର୍ଗା ପୂଜା ହେବ । ମୂର୍ତ୍ତିର ଉଚ୍ଚତା ୪ ଫୁଟ୍ ରହିବ ବୋଲି ଜଣାପଡ଼ିଛି । ସରକାରଙ୍କ ପକ୍ଷରୁ ୪ ଫୁଟ୍ ମୂର୍ତ୍ତି ଉଚ୍ଚତା ଓ ଆବଦ୍ଧ ପୂଜା ନିଷ୍ପତ୍ତିକୁ କଟକ ମହାନଗର ଶାନ୍ତି କମିଟି, ପୂର୍ବାଞ୍ଚଳ ଶାନ୍ତି କମିଟି ଓ ପୂଜାକମିଟି ପକ୍ଷରୁ ବିରୋଧ କରାଯାଇଥିଲା । ଏଥି ସହିତ ସମସ୍ତ କମିଟି ପକ୍ଷରୁ ଏକ ବୈଠକ ଡକାଯାଇ ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଏହାର ପୁନର୍ବିଚାର କରିବାକୁ ନିବେଦନ କରାଯାଇଥିଲା । ମାତ୍ର ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିରେ ଅଟଳ ରହିବା ସହ ମୂର୍ତ୍ତି ଉଚ୍ଚତା ବଢ଼ିବ ନାହିଁ ବୋଲି ସିଧାସିଧା କହିଥିଲେ । ଯାହା ପରେ ଶାନ୍ତି କମିଟିର ବୈଠକରେ ଖୁବ୍ ହଙ୍ଗାମା ହୋଇଥିଲା । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କଟକର ଅନ୍ୟତମ ପୁରାତନ ପୂଜା କମିଟି ବାଲୁ ବଜାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଅନ୍ୟପକ୍ଷରେ ରାଜ୍ୟରେ ସମ୍ପୂର୍ଣ୍ଣ କରୋନା ରୋକାଯାଇ ପାରିନଥିବା ଯୋଗୁଁ ରାଜ୍ୟସରକାର ଏଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ ହୋଇଥିବା କୁହାଯାଉଛି । ସେହିଭଳି ଭୁବନେଶ୍ୱର ସବ୍‌କଲେକ୍ଟର ଓ ତହସିଲ କାର୍ଯ୍ୟାଳୟରୁ ମଧ୍ୟ ଏକାଧିକ ସଂକ୍ରମିତ ଚିହ୍ନଟ ହେବା ପରେ ଏହାକୁ ୫ଦିନ ପାଇଁ ବନ୍ଦ କରାଯାଇଛି । ଯଦି ରାଜ୍ୟରେ କଟକଣା କୋହଳ କରାଯାଏ ତେବେ ପୁଣି କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ହୋଇଯିବାର ଆଶଙ୍କା ରହିଥିବା ବହୁ ସ୍ୱାସ୍ଥ୍ୟବିତ୍ ମାନେ ମତଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ