ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌

ପାର୍ବଣକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଅକ୍ଟୋବର ଗାଇଡଲାଇନ୍‌


#ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ବର୍ଷ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଅକ୍ଟୋବର ମାସ ନୂତନ କରୋନା ଗାଇଡଲାଇନ ଘୋଷଣା କରାଯାଇଛି । ଏହି ଗାଇଡ଼ ଲାଇନ ଅନୁଯାୟୀ ଅକ୍ଟୋବର ୧ ତାରିଖରୁ ନଭେମ୍ବର ୧ତାରିଖ ତାରିଖ ପର୍ଯ୍ୟନ୍ତ କଟକଣା ବଳବତ୍ତର ରହିବ । ଏ ନେଇ ଆଜି ଏସଆରସି ପ୍ରଦୀପ ଜେନା ରାଜ୍ୟବାସୀଙ୍କୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଗକୁ ପୂଜା ପାର୍ବଣ ଆସୁଛି । ତେଣୁ କରୋନ ସଂକ୍ରମଣକୁ ମୁକାବିଲା କରିବା ପାଇଁ ସତର୍କ ରହିବା ନିହାତି ଦରକାର । ବିଶେଷକରି ଭିଡ଼ ନକରିବା ଏବଂ ଭିଡ଼ ଭିତରକୁ ନଯିବା ପାଇଁ ସେ ପରାମର୍ଶନ ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ସେପ୍ଟେମ୍ବର ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନରେ ବିଶେଷ ପରିବର୍ତ୍ତନ ହୋଇ ନଥିବା ବେଳେ କେବଳ କଟକ ଓ ଭୁବନେଶ୍ୱର ସହର ପାଇଁ କଟକଣା ସାମାନ୍ୟ କଡ଼ାକଡ଼ି କରାଯାଇଛି । ପ୍ରତିଦିନ ରାତି ୧୦ଟା ପର ଠାରୁ ଭୋର ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଅକ୍ଟୋବର ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୧୦ଦିନ କଟକ ଓ ଭୁବନେଶ୍ୱର ରାତି ୮ଟାରୁ ସକାଳ ୫ଟା ଯାଏ କର୍ଫ୍ୟୁ ରହିବ । ଅର୍ଥାତ୍ ଏହି ଦୁଇଟି ଜିଲ୍ଲାର ସହରାଞ୍ଚଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଏସଆରସି । ସେହିପରି ସମସ୍ତ ପୌରାଞ୍ଚଳରେ ରାତ୍ରକାଳୀନ କର୍ଫ୍ୟୁ ବଳବତ୍ତର ରହିବ । ପୌରାଞ୍ଚଳରେ ଅକ୍ଟୋବର ମାସ ତମାମ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ । ପୂଜା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଏହି ଗାଇଡଲାଇନ୍ ଜାରି କରାଯାଇଛି ।
ସେହିପରି ବିବାହ ଓ ଅନ୍ତେଷ୍ଟି ଆଦି ଉପରେ ରହିଥିବା କଟକଣାକୁ ରାଜ୍ୟ ସରକାର ବଳବତ୍ତର ରଖିଛନ୍ତି । ବିବାହ, ବ୍ରତ ଓ ଅନ୍ତେଷ୍ଟି, ଶୁଦ୍ଧି କ୍ରିୟା ଆଦିରେ ଅତିଥି ମୋଟ ୨୫୦ଜଣ ସାମିଲ ହୋଇପାରିବେ । ସେହିଭଳି ବିବାହ ଉତ୍ସବରେ ବର ଶୋଭାଯାତ୍ରାରେ ଯାଇପାରିବ । ବ୍ୟାଣ୍ଡ-ବାଜା ସହ ବର ସହ ସର୍ବାଧିକ ୫୦ଜଣ ଲୋକ ରୋଷଣୀ କରି ଯାଇପାରିବେ । କୋଭିଡ୍ ନିୟମ ମାନି ସମସ୍ତେ ମାସ୍କ ପିନ୍ଧିବା ମଧ୍ୟ ଜରୁରୀ । ଯଦି କେହି ଏହି ନିୟମକୁ ଉଲ୍ଲଘଂନ କରିବେ ତାହା ଧର୍ତ୍ତବ୍ୟ ଅପରାଧ ଭାବେ ଗ୍ରହଣ କରାଯିବ । ସେହିଭଳି ମଲ, ସିନେମା ହଲ୍ ଆଦି ଖୋଲା ରହିବ । ସମସ୍ତ ରାଜନୀତିକ, ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ଆଦି କାର୍ଯ୍ୟକ୍ରମ ଉପରେ ପୂର୍ବଭଳି କଟକଣା ବଳବତ୍ତର ରହିବ ବୋଲି ଏସଆରସି ଶ୍ରୀ ଜେନା ଆଜି ପ୍ରକାଶ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ