ପବିତ୍ର ମହାଶିବରାତ୍ରି

ପବିତ୍ର ମହାଶିବରାତ୍ରି

ପବିତ୍ର ମହାଶିବରାତ୍ରି


ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ଶିବରାତ୍ରୀ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶିବ… ଏହି ଶବ୍ଦର ଅର୍ଥ ହେଉଛି ମଙ୍ଗଳ । ସେ ଶାଶ୍ୱତ, ଚିରନ୍ତନ, ସତାତନ, ସର୍ବଜ୍ଞ, ସତ୍ୟ, ସୁନ୍ଦର ଏବଂ ସକଳ ବେଦ ସ୍ୱରୂପ । ସେ ଆଶୁବର ପ୍ରଦାନକାରୀ ଆଶୁତୋଷ ଏବଂ ଅକାଳମୃତ୍ୟୁ ହରଣକାରୀ ମୃତ୍ୟୁଞ୍ଜୟ । ଜୀବନରୁ ପାପତାପରୁ ମୁକ୍ତି କରିବା ସହ ଯିଏ ଆଲୋକର ରାସ୍ତା ଦେଖାନ୍ତି ସେ ହେଉଛନ୍ତି ମହାଦେବ । ଆଜି ପବିତ୍ର ମହାଶିବରାତ୍ରୀ । ଫଗୁଣମାସରେ ମଳୟ ସାଥିରେ ଶିବରାତ୍ରୀର ଆଗମନେ ପଞ୍ଚମ ସ୍ୱରର ତାନେ କୋଇଲି ଗାଉଛି ଅଭିନନ୍ଦନିକା । ହିନ୍ଦୁମାନଙ୍କ ମୁଖ୍ୟ ପର୍ବ ମହାଶିବରାତ୍ରୀ । ଶିବରାତ୍ରୀ ଫଗୁଣ ମାସର କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ । ମହାଦେବଙ୍କ କରୁଣା ଅପାର । ଅନେକ ନାଁରେ ତାଙ୍କୁ ଡାକିଥାନ୍ତି ଭକ୍ତ । କିଏ ମହାଦେବ ତ ଆଉ କିଏ ଭୋଳାବାବା, ଶମ୍ଭୁ, ଏବଂ ପରମେଶ୍ୱର । ମହାଦେବ ସୃଷ୍ଟିର ଅନିଷ୍ଟକାରୀ, ଅନ୍ୟାୟ ଏବଂ ଅନୀତିକୁ ସଂହାର କରିବା ସହ ସଂସାରକୁ ସୁଖଶାନ୍ତି ପ୍ରଦାନ କରିଥାନ୍ତି । ଫାଲଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ରାତ୍ରିରେ ଶିବ ଦିବ୍ୟଜ୍ୟୋତିସ୍ତମ୍ଭ ଉପରେ ଆବିର୍ଭୂତ ହୋଇଥିବାରୁ ବହୁ ପୁରାତନ କାଳରୁ ଏହି ତିଥିକୁ ମହା ଶିବରାତ୍ରୀ ରୂପେ ପାଳନ କରାଯାଏ । ଦେଶର ସମସ୍ତ ଶୈବପୀଠରେ ପରମ୍ପରା ଏବଂ ରୀତିନୀତିରେ ଏହି ପର୍ବ ପାଳନ କରାଯାଇଥାଏ । ଦେବଦେବ ମହାଦେବଙ୍କ ଦ୍ୱାରା ଏଦେଶର ସୃଷ୍ଟି ବୋଲି ବିଶ୍ୱାସ ରହିଛି । ପୁଣ୍ୟ ମାସ ମାଘ ମାସର ମାଘସ୍ନାନ ବ୍ରତ ମଧ୍ୟରେ କୃଷ୍ଣ ଚତୁର୍ଦ୍ଦଶୀ ତିଥିକୁ ଏକ ଶିବରାତ୍ରି ବ୍ରତ ପାଳନ କରାଯାଏ । କିନ୍ତୁ ଶିବରାତ୍ରିକୁ କାହିଁକି ସର୍ବଶ୍ରେଷ୍ଠ କୁହାଯାଏ? ପୌରାଣିକ କଥାବସ୍ତୁ ଅନୁସାରେ, ଦେବ ଓ ଅସୁରମାନଙ୍କଦ୍ୱାରା ସମୁଦ୍ର ମନ୍ଥନ ସମୟରେ ସେଥିରୁ ବାହାରିଥିବା ସମସ୍ତ ବିଷକୁ ଶିବ ପାନକରି ଦେଇଥିଲେ । ଏହାସହ ପୃଥିବୀକୁ ଏକ ବଡ ବିପଦରୁ ରକ୍ଷା କରିଥିଲେ । ଏହି ବିଷକୁ ପାନ କରିବା ପରେ ବିଷର ଜ୍ୱାଳାରେ ସେ ମୂର୍ଚ୍ଛା ହୋଇ ଯାଇଥିଲେ । ତେଣୁ ଦେବଗଣ ଓ ଶୈବବୃନ୍ଦ ଅଖଣ୍ଡ ପ୍ରଦୀପ ଜାଳି ଉଜାଗରରେ ବସିଥିଲେ । ସେହିଦିନକୁ ମନେପକାଇ ଶ୍ରଦ୍ଧାଳୁମାନେ ମହାଶିବରାତ୍ରି ପାଳନ କରିଥାନ୍ତି । ପୁନଶ୍ଚ ଶିବରାତ୍ରୀକୁ ଜାଗର ମଧ୍ୟ କୁହାଯାଇଥାଏ । ଜାଗର ଜାଳି ଉପବାସ ରହୁଥିବାରୁ ଏହାକୁ ଜାଗର ବୋଲି କୁହାଯାଏ । ଶୈବକ୍ଷେତ୍ରରେ ଭକ୍ତମାନେ ନିଷ୍ଠା ଏବଂ ଭକ୍ତିର ସହ ଏହି ପର୍ବ ପାଳନ କରିଥାନ୍ତି । ମହାଦେବଙ୍କ ମନ୍ତ୍ର ପାଠ କରିବା ସହ ଧୂପ, ଦୀପ, ବେଲପତ୍ର, ଦୁଗ୍ଧ ଅର୍ପଣ କରି ମହାଦେବଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଭକ୍ତି ଏବଂ ନିଷ୍ଠାର ସହ ଏହି ବ୍ରତ କରିଲେ କୋଟିପୂଣ୍ୟ ମିଳିଥାଏ ବୋଲି କୁହାଯାଏ ।
– ବିଶ୍ୱରଞ୍ଜନ ସାହୁ
ଭାରତୀୟ ପ୍ରବାସୀ ସଂଘ
କୁଏତ

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ