ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ


ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ପଣ୍ଡିତ ନୀଳମଣି ବିଦ୍ୟାରନି ଥିଲେ ଓଡ଼ିଆ ଭାଷା-ସାହିତ୍ୟର ପୃଷ୍ଠପୋଷକ ଓ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରମୁଖ କର୍ଣ୍ଣଧାର । ସମ୍ବାଦପତ୍ର ସମ୍ପାଦନା, ଭାଷା ଆନ୍ଦୋଳନ, ସାଂସ୍କୃତିକ ଜାଗରଣ କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ଯୋଗଦାନ ଅତୁଳନୀୟ । ଓଡ଼ିଆ ଜାତି ଓ ଓଡ଼ିଆ ଭାଷାର ଶ୍ରୀବୃଦ୍ଧିରେ ତାଙ୍କର ନିରନ୍ତର ପ୍ରୟାସ ପାଇଁ ସେ ସବୁବେଳେ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଆଜି ସ୍ଥାନୀୟ ଜୟଦେବ ଭବନଠାରେ ଉଭୟ ପ୍ରତ୍ୟକ୍ଷ ଓ ଆଭାସୀ ମାଧ୍ୟମରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ଯୋଗଦେଇ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
ସଭା ପ୍ରାରମ୍ଭରେ ଅତିଥିମାନେ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏକ ବାର୍ତ୍ତା ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା, ବିଶିଷ୍ଟ ସାହିିତ୍ୟିକ ନୀଳମଣି ବିଦ୍ୟାରତ୍ନ ଓଡ଼ିଆ ଭାଷାର ପ୍ରସାର ସହ ସମ୍ବାଦପତ୍ର ସଂପାଦନା, ଭାଷା ଆନ୍ଦୋଳନ ଏବଂ ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ତାଙ୍କ ଉତ୍ସର୍ଗୀକୃତ ଉଦ୍ୟମ ସର୍ବଦା ପ୍ରେରଣାଦାୟୀ ।
ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦେଇ ପଣ୍ଡିତ ନୀଳମଣି ବିଦ୍ୟାରନି ଓଡ଼ିଆ ଅସ୍ମିତାର ପ୍ରତୀକ ଏବଂ ଓଡ଼ିଆ ସ୍ୱାଭିମାନର ପୁନଃପ୍ରତିଷ୍ଠା ଦିଗରେ ସ୍ୱୀୟ ଲେଖନୀ ମାଧ୍ୟମରେ ଉତ୍କଳର ଅଖଣ୍ଡତା, ଭାଷା ଓ ସାଂସ୍କୃତିକ ଗୌରବ ପ୍ରତିଷ୍ଠାର ଜଣେ ସୁଦକ୍ଷ ସାରଥି ଭାବେ କାର୍ଯ୍ୟ କରିଥିଲେ । ଏ ଜାତି ବିଦ୍ୟାରନିଙ୍କୁ କାଳ କାଳ ଧରି ସ୍ମରଣ କରୁଥିବ । ଉତ୍କଳ ପ୍ରସଙ୍ଗ ଓ ଓଡ଼ିଶା ରିଭ୍ୟୁର ସଂପାଦକ ଡକଫର ଲେନିନ ମହାନ୍ତି କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କହିଥିଲେ ଯେ ଓଡ଼ିଆ ଭାଷାର ସୁରକ୍ଷା ଓ ଆଦୃତି ତଥା ସାମ୍ବାଦିକତା କ୍ଷେତ୍ରରେ ପଣ୍ଡିତ ନୀଳମଣି ବିଦ୍ୟାରନିଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସଂସ୍କୃତିବିତ୍ ନିଳାଦ୍ରି ମୋହନ ଶତପଥୀ, ବିଭାଗୀୟ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ପ୍ରମୁଖ ସ୍ମୃତିଚାରଣ କରିଥିଲେ ।
ରାଜ୍ୟସ୍ତରୀୟ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ସ୍ମୃତି ସଂସଦର ସଂପାଦକ ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ । ସୂଚନା ଅଧିକାରୀ ପ୍ରମିଳା ମାଝୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବୀ, ସାହିତ୍ୟପ୍ରେମୀଙ୍କ ସହ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସକାଳେ ଜୟଦେବ ବିହାରଠାରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା । ସେହିଭଳି କଟକ ଜିଲ୍ଲା ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଅନୁରୂପ ଭାବେ ଜୟନ୍ତୀ ଉତ୍ସବ ପାଳିତ ହୋଇଥିଲା । କାର୍ଯ୍ୟକ୍ରମରେ କଟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ରଙ୍‌କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଲକ୍ଷ୍ମଣ କୁମାର ବେହେରା, ଅଭିରାମ ଦାସ, ଦିଲ୍ଲୀପ କୁମାର ସିହ୍ନା, ବିଶ୍ୱମୋହନ ମହାପାତ୍ର, ତାପସ କୁମାର ଓଝା ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଢିଆରୀ ପାଠାଗାରର ପାଠକ-ପାଠିକା ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ