ନୂଆଦିଲ୍ଲୀରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ!

ନୂଆଦିଲ୍ଲୀରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ!

ନୂଆଦିଲ୍ଲୀରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚୂଡ଼ାନ୍ତ !


#ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଏଠାରେ ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳ ମଧ୍ୟରେ ନିର୍ବାଚନୀ ମେଣ୍ଟ ଚୂଡ଼ାନ୍ତ କରାଯାଇଥିବା ଜଣାଯାଇଛି । ଏନେଇ ଆନୁଷ୍ଠାନିକ ଘୋଷଣା ଖୁବଶୀଘ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେଡି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହେବାକୁ ଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀଙ୍କର ଆସନ୍ତା ସପ୍ତାହରେ ଓଡ଼ିଶା ଗ୍ରସ୍ତ ସମୟରେ ଉଭୟ ନେତାଙ୍କର ସାକ୍ଷାତ ହେବାର କାର୍ଯ୍ୟକ୍ରମ ରହିଛି । ବିଜେଡି ମଧ୍ୟ ଖୁବ ଶୀଘ୍ର ଜାତୀୟ ଗଣତାନ୍ତ୍ରିକ ସମ୍ମୁଖ୍ୟ(ଏନ.ଡି.ଏ)ରେ ଯୋଗ ଦେବାକୁ ଯାଉଥିବାର ସୂଚନା ମିଳିଛି । ଉଭୟ ଦଳର ବହୁ ପ୍ରଭାବଶାଳୀ ସୂତ୍ରରୁ ପ୍ରାପ୍ତ ଖବରରୁ ପ୍ରକାଶ ଯେ, ଦୁଇ ଦଳ ଆସନ ଭାଗବଣ୍ଟା ଫର୍ମୁଲାକୁ ମଧ୍ୟ ଅନ୍ତିମ ରୂପରେଖ ଦିଆଯାଇ ସାରିଛି । ସେହି ଅନୁଯାୟୀ ଲୋକସଭା ନିର୍ବାଚନରେ ଓଡ଼ିଶାର ମୋଟ ୨୧ଟି ଆସନ ମଧ୍ୟରୁ ବିଜେପି ୧୪ଟିରେ ପ୍ରତିଦ୍ୱନ୍ଦିତା କରିବାକୁ ଯାଉଥିବାବେଳେ ବିଜେଡିକୁ ୭ଟି ଆସନ ଛାଡିଦେଇଛି । ସେହିପରି ରାଜ୍ୟ ବିଧାନସଭାର ୧୪୭ଟି ନିର୍ବାଚନୀ ମଣ୍ଡଳୀ ମଧ୍ୟରୁ ଶାସକ ବିଜେଡିର ପାର୍ôଥ ୧୦୬ଟିରେ ଓ ସହଯୋଗୀ ଦଳ ବିଜେପିର ପାର୍ôଥ ୪୧ଟି ଆସନ ରେ ଛିଡ଼ା ହେବାକୁ ଯାଉଛନ୍ତି । ନବୀନ ପଟ୍ଟନାୟକଙ୍କୁ ଏହି ମେଣ୍ଟର ନେତା ଏବଂ ଭାବି ମୁଖ୍ୟମନ୍ତ୍ରୀ ଭାବରେ ଭୋଟଦାତା ମାନଙ୍କ ସାମନାରେ ଉପସ୍ଥାପନ କରାଯିବା ପାଇଁ ସ୍ଥିର କରାଯାଇଛି । ନିର୍ବାଚନ ବିଶେଷଜ୍ଞମାନଙ୍କ ମତାମତ ଅନୁଯାୟୀ ଏହି ନୂଆ ମେଣ୍ଟ ଆସନ୍ତା ସାଧାରଣ ଓ ରାଜ୍ୟ ନିର୍ବାଚନରେ ବିପୁଳ ସଫଳତା ହାସଲ କରିବାକୁ ଯାଉଛି । ନିର୍ବାଚନ ପରବର୍ତ୍ତୀ କାଳରେ ନବୀନ ପଟ୍ଟନାୟକ ରେକର୍ଡ ହାସଲ କରି ଷଷ୍ଠ ଥର ପାଇଁ ଲୋକସେବା ଭବନର ତୃତୀୟ ମହଲା ସ୍ଥିତ ମୁଖ୍ୟମନ୍ତ୍ରୀ ଗାଦୀ ଅଧିକାର କରିବାକୁ ଯାଉଥିବା ନିଶ୍ଚିତ ମନେହେଉଛି । ଶ୍ରୀ ପଟ୍ଟନାୟକଙ୍କ ଅଧୀନରେ ବିଜେଡି ଓ ବିଜେପି ମଧ୍ୟରୁ ଜଣେ କରି ୨ ଜଣ ଉପ ମୁଖ୍ୟମନ୍ତ୍ରୀ ରହିବେ । ଏଠାରେ ପ୍ରକାଶ ଥାଉକି ୨୦୦୯ ମସିହାରେ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟାକାଣ୍ଡ ବିବାଦ ଯୋଗୁଁ ବିଜେପି-ବିଜେଡି ମଧ୍ୟରେ ମେଣ୍ଟ ଭାଙ୍ଗି ଯାଇଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ