ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍‌

ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍‌

ନିର୍ବାଚନ ପୂର୍ବରୁ ବଡ଼ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ୍ ଦାମ୍‌


#ନୂଆଦିଲ୍ଲୀ(ଏନ.ଏନ.): ନିର୍ବାଚନ ପୂର୍ବରୁ ବଡ଼ ଭେଟି । କମିଲା ପେଟ୍ରୋଲ-ଡିଜେଲ ଦାମ୍ । ପାଖାପଖି ୧୫ଟଙ୍କା କମିଲା ତୈଳ ଦର । ନିର୍ବାଚନୀ କୋଡ୍ ଅଫ୍ କଣ୍ଡକ୍ଟ ଲାଗୁ ହେବା ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳ ଲାକ୍ଷାଦ୍ୱୀପରେ ପେଟ୍ରୋଲ-ଡିଜେଲ ଦାମ୍ ୧୫ ଟଙ୍କା ଯାଏଁ କମ୍ କରାଯାଇଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରୀଦୀପ ସିଂହ ପୁରୀ ସୂଚନା ଦେଇଛନ୍ତି । ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଓ କଳାପାଣି ଦ୍ୱୀପରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ୧୫.୩ ଟଙ୍କା କମ୍ କରାଯାଇଛି । ସେହିପରି ମିନିକୟରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫.୨ଟଙ୍କା କମିଛି । ଏନେଇ ସୋଶିଆଲ ମିଡିଆ ପ୍ଲାଟଫର୍ମରେ କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି । କହିରଖୁ ଯେ, ଗତ ଗୁରୁବାର ଦିନ କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦାମରେ ୨ଟଙ୍କା ହ୍ରାସ କରିଥିଲେ । ନିର୍ବାଚନ ଆୟୋଗଙ୍କ ନିର୍ବାଚନୀ ତାରିଖ ଘୋଷଣା କରିବାର ଠିକ୍ ପୂର୍ବରୁ ଏହି ଘୋଷଣା କରାଯାଇଥିଲା । ଗଲା ଦୁଇ ବର୍ଷ ହେଲା ପେଟ୍ରୋଲ ଓ ଡିଜେଲ ଦାମ୍ ସ୍ଥିର ଥିଲା । ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ଏବେ ଦାମ୍ କମିବା ପରେ ଓଡ଼ିଶାରେ ପେଟ୍ରୋଲ ଲିଟର ପିଛା ୧୦୧ଟଙ୍କାରେ ପହଞ୍ଚିଛି । ସେହିପରି ଡିଜେଲ ଦର ଲିଟର ପିଛା ୯୨.୬୨ରେ ପହଞ୍ଚିଛି । ସେହିପରି ନୂଆ ଦର ଲାଗୁ ହେବା ପରେ ଦିଲ୍ଲୀରେ ଏଣିକି ଲୋକମାନେ ପେଟ୍ରୋଲ ଲିଟର ପିଛା ୯୪.୭୨ ଟଙ୍କାରେ ପହଞ୍ଚିଛି । ପୂର୍ବରୁ ସେମାନଙ୍କୁ ୯୬.୭୨ ଟଙ୍କା ଦେବାକୁ ପଡ଼ୁଥିଲା । ସେହିପରି ମୁମ୍ବାଇରେ ପେଟ୍ରୋଲ ଦର ୧୦୬.୩୧ ଟଙ୍କାରୁ ଖସି ୧୦୪.୨୧ ଟଙ୍କା, କୋଲକାତାରେ ୧୦୬.୦୩ ଟଙ୍କାରୁ ୧୦୩.୯୪ ଟଙ୍କା ଓ ଚେନ୍ନାଇବାସୀ ୧୦୨.୬୩ ଟଙ୍କା ବଦଳରେ ୧୦୦.୭୨ ଟଙ୍କା ଦେଇ କାଲି ସକାଳ ୬ଟାରୁ ପେଟ୍ରୋଲ ପାଇବେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ