ନାବାଳିକା ଅସଦ୍ ଆଚରଣ ମାମଲା: ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ

ନାବାଳିକା ଅସଦ୍ ଆଚରଣ ମାମଲା: ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ

ନାବାଳିକା ଅସଦ୍ ଆଚରଣ ମାମଲା: ଆସାମୀକୁ ୩ ବର୍ଷ ସଶ୍ରମ କରାଦଣ୍ଡ


#କଟକ(ଏନ୍‌.ଏମ୍‌.): ଜନୈକା ନାବାଳିକାକୁ ଅସଦ୍ ଆଚରଣ ମାମଲାରେ କଟକର ସ୍ୱତନ୍ତ୍ର ପୋଷ୍କୋ କୋର୍ଟ ଆସାମୀ ସନିଆ ସିଂ (୩୫)କୁ ପୋଷ୍କୋ ଆଇନର ୮ ଦଫାରେ ୩ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିବା ସହ ୫ହଜାର ଟଙ୍କାର ଜୋରିମାନା ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ନଦେଇ ପାରିଲେ ଆସାମୀକୁ ଆଉ ଅଧିକ ୬ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଅନ୍ୟପକ୍ଷରେ କୋର୍ଟ ଆଇପିସିର ୩୫୪ ଦଫାରେ ଆସାମୀକୁ ୧ ବର୍ଷ ସଶ୍ରମ କାରାଦଣ୍ଡ ପ୍ରଦାନ କରିବା ସହ ସହ ୫ହଜାର ଟଙ୍କାର ଜୋରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି । ଜୋରିମାନା ଅନାଦେୟ ହେଲେ ଆସାମୀକୁ ଆଉ ଅଧିକ ୩ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡିବ । ସେହିପରି କୋର୍ଟ ଏହି ମାମଲାରେ ପିଡିତାକୁ ୧ଲକ୍ଷ ଟଙ୍କାର କ୍ଷତିପୁରଣ ପ୍ରଦାନ କରିବାକୁ କଟକ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ଆଦେଶ ଦେଇଛନ୍ତି । ଆସାମୀ ସନିଆ ସିଂ(୩୫)ର ନିଜ ଘର ବାଲେଶ୍ୱର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଧିନସ୍ଥ ଗଣେଶ୍ୱରପୁର ଅଞ୍ଚଳରେ ହୋଇଥିବାବେଳେ ସେ ଜଗତପୁର ତାଳବଣିଆ ମୁଣ୍ଡାସାହିରେ ରହୁଥିଲା । ୨୦୨୨ ମସିହା ଅକ୍ଟୋବର ୧୭ ତାରିଖରେ ସନିଆ ଜଣେ ୧୬ ବର୍ଷୀୟା ନାବାଳିକାକୁ ଅସଦ୍‌ଆଚରଣ କରିଥିବା ନେଇ ଅକ୍ଟୋବର ୨୧ତାରିଖରେ ଜଗତପୁର ଥାନାରେ ଏତଲା ରୁଜୁ କରାଯାଇଥିଲା । ପୁଲିସ୍ ଏହି ମାମଲାରେ ତଦନ୍ତ କରି ସନିଆକୁ ୨୨ ତାରିଖରେ ଗିରଫ କରିବା ସହ ୨୦୨୨ ମସିହା ନଭେମ୍ବର ୯ ତାରିଖରେ ତା ବିରୋଧରେ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା । ସେହିପରି କୋର୍ଟରେ ତା’ ବିରୋଧରେ ୨୦୨୩ ମସିହା ମାର୍ଚ୍ଚ ୩ତାରିଖରେ ଚାର୍ଜଫ୍ରେମ୍ ହୋଇଥିଲା । କୋର୍ଟରେ ଏହି ମାମଲାରେ ୭ଜଣଙ୍କର ସାକ୍ଷ୍ୟଗ୍ରହଣ କରାଯାଇଥିଲାବେଳେ ୧୪ଟି ପ୍ରାମାଣିକ ତଥ୍ୟକୁ ଗ୍ରହଣ କରାଯାଇଥିଲା । ପୋଷ୍କୋ କୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସ୍ୱତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର୍ ରମେଶ ଚନ୍ଦ୍ର ମହାନ୍ତି ପରିଚାଳନା କରୁଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ