ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ

ନରସିଂହପୁରରେ ବେଆଇନ ଗଞ୍ଜେଇ ଜବତ ଜଣେ ଗିରଫ
ନରସିଂହପୁର(ଏନ୍.ଏମ୍.): କଟକ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବ୍ୟାପକ ବେଆଇନ ନିଶା କାରବାର ଚାଲିଛି । ମଦ, ଗଞ୍ଜେଇ ସହିତ ବ୍ରାଉନସୁଗାର କାରବାର ମଧ୍ୟ ବଢ଼ିବାରେ ଲାଗିଛି । ତେବେ କଟକ ଜିଲ୍ଲାରୁ ବେଆଇନ ନିଶା କାରବାର ରୋକିବା ନେଇ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ ହୋଇଛି । ତେବେ କଟକ ଜିଲ୍ଲା ନରସିଂହପୁର ବ୍ଲକ ଅଞ୍ଚଳରେ ବେଆଇନ ନିଶାକାରବାର ଚାଲିଥିବା ଖବର ପାଇ ରାଜ୍ୟ ଅବକାରୀ କମିଶନର ଆଶିଷ ସିଂହ ଓ କଟକ ଅବକାରୀ କମିଶନର ଶାନ୍ତନୁ ଦାସଙ୍କ ନିର୍ଦ୍ଦେଶ କ୍ରମେ କଟକ ମୋବାଇଲ ସ୍କାଡ ୨ର ନିରିକ୍ଷକ ସଞ୍ଜିତ ବାର୍ଲା ଓ ବେଣୁଧର ସାମଲଙ୍କ ନେତୃତ୍ୱରେ ନରସିଂହପୁର ବ୍ଲକ ଜଳକେଳି ବ୍ରିଜ ନିକଟରେ ଅବକାରୀ ବିଭାଗ ଚଢାଉ କରି ୩୦ କେଜି ଗଞ୍ଜେଇ ସହିତ ଗୋଟିଏ ବୋଲେରା ଜବତ କରାଯାଇଛି । ତେବେ ଗଞ୍ଜେଇ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଅବୋଧ କୁମାର ସେଠୀ (୨୮)କୁ ଅବକାରୀ ବିଭାଗ ପକ୍ଷରୁ ଗିରଫ କରାଯାଇଛି ।
ବିଭାଗୀୟ ସୂତ୍ରରୁ କୁହାଯାଇଛି ଯେ, ଦୀର୍ଘଦିନ ଧରି ଏଭଳି ଚୋରାଚାଲଣ ହେଉଥିବାବେଳେ ଆଜି ଅବକାରୀ ବିଭାଗ ଚଢାଉ କରି ସଫଳ ହୋଇଛି । ଗଞ୍ଜେଇ ମାଫିଆ ଅବୋଧ ଘର କନ୍ଧମାଳ ଜିଲ୍ଲା ଖୁଜୁରୀପଦା ଥାନା ଅନ୍ତର୍ଗତ ଦୁତିମୁଣ୍ଡି ଅଞ୍ଚଳରେ ବୋଲି ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ