ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି

କଟକ/ ସାଲେପୁର (ଏନ୍‌.ଏମ୍‌.): ବିଭିନ୍ନ ସମୟରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ଗଦାହୋଇ ରହିବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷତ ହେଉଥିଲା । ତେଣୁ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସିଏମସି ପକ୍ଷରୁ ଜବତ ହୋଇଥିବା ନକଲି ଜର୍ଦା ଏବଂ ଖେଶାରୀ ଡାଲି ଆଦି ସାମଗ୍ରୀକୁ ସିଏମସି ଅନ୍ତର୍ଗତ ଜଗତପୁର ଶିଳ୍ପାଞ୍ଚଳ ଇଡକୋ ପଡ଼ିଆରେ ପୋତା ଯାଇଛି । ଏଥି ପାଇଁ ପଡ଼ିଆରେ ଏକ ବିରାଟ ଗର୍ତ୍ତ ଖୋଳାଯିବା ସହ ନକଲି ତଥା ନକଲି ସାମଗ୍ରୀ ପ୍ରସ୍ତୁତିରେ ବ୍ୟବହୃତ ସମାଗ୍ରୀଗୁଡ଼ିକୁ ପୋତାଯାଇଥିଲା । ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ଖାଦ୍ୟସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ରଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀ ଉପସ୍ଥିତଥିଲେ । ସୂଚନା ଯୋଗ୍ୟ ଯେ, ପୂର୍ବରୁ ମାଲଗୋଡମରେ ହରଡଡାଲିରେ ଖୋସାରି ଡାଲି ମିଶ୍ରିତ ହୋଇ ବିକ୍ରି ହେଉଥିବା ଅଭିଯୋଗ ପାଇବା ପରେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉ ସମୟରେ ବିଭିନ୍ନ ଦୋକାନ ତଥା ଗୋଦାମରେ ବିପୁଳ ପରିମାରଣ ଖୋସାରି ଡାଲି ରହିଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖୋସାରି ଡାଲିକୁ ସମ୍ପୂର୍ଣ୍ଣ ବେଆଇନ ଘୋଷଣା କରାଯାଇଥିଲା । ତେଣୁ ବେଆଇନ ଭାବେ ଗଚ୍ଛିତ ଡାଲିକୁ ସିଏମସି ଓ ଖାଦ୍ୟ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ କ୍ୟୁଣ୍ଟାଲ କ୍ୟୁଣ୍ଟାଲ ପରିମାଣରେ ଜବତ କରାଯାଇଥିଲା । ପୁନଶ୍ଚ କଟକ କମିଶନରେଟ ପୁଲିସ ଜଗତପୁର ଥାନା ପକ୍ଷରୁ ଅଞ୍ଚଳରେ ଚଢ଼ାଉ କରାଯାଇ ବ୍ୟାପକ ନକଲି ଗୁଟୁଖା ଓ ଜର୍ଦା ଜବତ କରାଯାଇଥିଲା । ତେବେ ସେଗୁଡ଼ିକୁ ଆଜି ପୋତିଦିଆଯିବା ସହ କେହି ପୁନର୍ବାର ଏହାକୁ ଖୋଳି ବାହାର ନକରିବା ପାଇଁ ସ୍ୱତନ୍ତ୍ର ରାସାୟନିକ ସାମଗ୍ରୀ ସିଞ୍ଚନ କରାଯାଇଥିବା ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି । ତେବେ ପୋତାଯାଇଥିବା ସାମଗ୍ରୀର ମୂଲ ପ୍ରାୟ ୮ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ