ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବଢାଇଲେ କେନ୍ଦ୍ର ସରକାର -କେନ୍ଦ୍ର କୃଷି ମନ୍ତ୍ରୀ
ନୂଆଦିଲ୍ଲୀ(ଏନ୍‌.ଏମ୍‌.): ଚାଷୀମାନଙ୍କ ଉନ୍ନତି ପାଇଁ କେନ୍ଦ୍ର ସରକାର ସର୍ବଦା ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କେନ୍ଦ୍ରସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି । ଧାନ କ୍ୱିଣ୍ଟାଲ ପିଛା ଏମ୍‌ଏସପି ୧୯୪୦ଟଙ୍କାକୁ ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଇଛି । ୨୦୨୦-୨୧ ବର୍ଷରେ ରେ ୧୮୬୮ଟଙ୍କା ଦର ଥିଲା, ତେବେ ୨୦୨୧-୨୨ ବର୍ଷରେ ୧୯୪୦ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିଭଳି ବାଜରା, ହରଡ଼, ରାଶି, ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି । ପୁନଶ୍ଚ ରାଶି କ୍ୱିଣ୍ଟାଲ ୪୫୨ଟଙ୍କା, ବିରି ଓ ହରଡ଼ କ୍ୱିଣ୍ଟାଲ ୩ଶହ ଟଙ୍କା ବୃଦ୍ଧି କରାଯାଇଛି । ବିଭିନ୍ନ ଖାଦ୍ୟଶଯ୍ୟର ମୂଲ୍ୟବୃଦ୍ଧି ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି । କ୍ୟାବିନେଟ ନିଷ୍ପତ୍ତି ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ସୂଚନା ଦେଇଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ