ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ

ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ

ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ

News by Smruti Ranjan Tripathy (CTC)

କଟକ(ଏନ୍‍.ଏମ୍‍.): କଟକ ସ୍ଥିତ ଦୃଷ୍ଟି ଏଜୁକେସନାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବହୁ ଛାତ୍ର ଓ ଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାରତର ସ୍କାଉଟ୍ ଓ ଗାଇଡ୍‌ର ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯୋଗ ଏଭଳି ଗୋଟିଏ ଅଭ୍ୟାସ ଯାହାଦ୍ୱାରା କେବଳ ଶରୀର ସୁସ୍ଥ ରହେ ତାହା ନୁହେଁ ମନମଧ୍ୟ ପ୍ରଫୁଲ୍ଲିତ ହୋଇଥାଏ । ଯାହା ଆତ୍ମା ପରମାତ୍ମାର ମିଳନର ଏକ ସେତୁ ଭଳି କାମ କରିଥାଏ ବୋଲି ମତପ୍ରକାଶ କରିଥିଲେ । ଏହି ଅବସରରେ ଉପସ୍ଥିତ ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ନିୟମିତ ଯୋଗାଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ । ଦୃଷ୍ଟି ଏଜୁକେସନାଲ୍‌ର ଅଧ୍ୟକ୍ଷ ଶକ୍ତି ସେନ୍ ଯୋଗାଭ୍ୟାସ ଦ୍ୱାରା କେଉଁ କେଉଁ ଉପକାର ହୋଇଥାଏ ତାହା ଛାତ୍ରଛାତ୍ରୀମାନଙ୍କୁ ବର୍ଣ୍ଣନା କରିଥିଲେ ।

Slider କ୍ରୀଡା ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ