ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ

ଡ୍ରଗ୍ସ କାରବାର ରୋକିବା ପାଇଁ ଓଡ଼ିଶା ପୁଲିସର ଦୃଢ଼ ପଦକ୍ଷେପ
କଟକ (ଏନ୍.ଏମ୍.): ଡ୍ରଗ୍ସ କାରବାର ବିରୋଧରେ ଓଡ଼ିଶା ପୁଲିସ୍ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଡ୍ରଗ୍ସ କାରବାର ଦମନ କରିବାରେ ସ୍ପେଶାଲ ଟାସ୍କଫୋର୍ସ (ଏସ୍ଟିଏଫ୍) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛିବୋଲି ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଜି ପୂର୍ବାହ୍ନରେ ରାଜ୍ୟ ପୋଲିସ୍ ମୁଖ୍ୟକାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଥିବା ଉକ୍ତ ସମ୍ମିଳନୀରେ ଡିଜିପି କହିଥିଲେ ଯେ, ଖୁବଶୀଘ୍ର ଏସ୍ଟିଏଫ୍କୁ ଆହୁରି ସୁଦୃଢ ଏବଂ ଶକ୍ତିଶାଳୀ କରାଯିବ । ଏଥି ନିମନ୍ତେ ଓଡ଼ିଶା ପୋଲିସ୍ ତରଫରୁ ରାଜ୍ୟସରକାରଙ୍କୁ ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା । ସେହି ଅନୁଯାୟୀ, ଏସ୍ଟିଏଫ୍କୁ ସୁଦୃଢ କରିବାକୁ ରାଜ୍ୟସରକାର ଗୋଟିଏ ଏସ୍ପି ଓ ୩ଟି ଡିଏସ୍ପି ର୍ୟାଙ୍କର ପଦବୀ ସହ୨୭ଟି ନୂଆ ପଦବୀ ମଞ୍ଜୁର କରିଛନ୍ତି । ଏହା ବ୍ୟତୀତ ଏକ ସ୍ୱତନ୍ତ୍ର ନାର୍କୋଟିକ୍ ୟୁନିଟ୍ ପ୍ରତିଷ୍ଠା କରାଯିବାକୁ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ଆଗାମୀ ଦିନରେ ଡ୍ରଗ୍ସ କାରବାରକୁ ରୋକିବାକୁ ଦୃଢ ପଦକ୍ଷେପ ଗ୍ରହଣ କରାଯିବବୋଲି ଡିଜିପି ସୂଚନା ଦେଇଥିଲେ । ନୂତନ ପଦବୀସୃଷ୍ଟି, ସ୍ୱତନ୍ତ୍ର ଡ୍ରଗ୍ସ ୟୁନିଟ୍ ସ୍ଥାପନ ଏବଂ ଏସ୍ଟିଏଫ୍କୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ରାଜ୍ୟସରକାରଙ୍କୁ ଡିଜିପି ଅଭୟ କୃତଜ୍ଞତା ଜ୍ଞାପନ କରିଛନ୍ତି । ଆଗାମୀ ଦିନରେ ଡ୍ରଗ୍ସ କାରବାର ତଥା ଅନ୍ୟାନ୍ୟ ଅପରାଧକୁ ଦମନ କରିବାରେ ଏସ୍ଟିଏଫ୍ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରିବ ବୋଲି ରାଜ୍ୟସରକାର ତଥା ରାଜ୍ୟବାସୀଙ୍କୁ ଡିଜିପି ଆଶ୍ୱାସନା ଦେଇଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ