ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ : ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା

ଟେଟ୍ରାହେଡ୍ରନ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ
ସେବକ ଆଶ୍ରମର ଉନ୍ନତି ପାଇଁ ୧ଲକ୍ଷଟଙ୍କା ସହାୟତା ଦେଲେ ତ୍ରିଦେବ ବେହେରା


#ଚୌଦ୍ୱାର(ଏନ୍‌.ଏମ୍‌.): ଦେଶବ୍ୟାପୀ ପାଳନ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମ ଦିବସ। ଦୃଢ଼ ନେତୃତ୍ୱ, ଦେଶପ୍ରେମ, ନିଷ୍ଠାପର ସେବା ଭାରତ ବିକାଶ ଯାତ୍ରାକୁ ନୂତନ ଦିଗ ଦେଇଛି। ତାଙ୍କର ୨୫ବର୍ଷର ନିସ୍ୱାର୍ଥପର ସେବା ସାରା ଦେଶବାସୀଙ୍କ ହୃଦୟକୁ ଜିତି ପାରିଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ନିରାମୟ ଜୀବନ କାମନା କରି ଦେଶର କୋଣ ଅନୁକୋଣରେ ସ୍ୱତଃପ୍ରବୃତ୍ତ ଭାବେ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି ପରିପ୍ରେକ୍ଷୀରେ ଯାଜପୁର ଜିଲ୍ଲା ଛତିଆ ସ୍ଥିତ ସେବକ ବୃଦ୍ଧାଶ୍ରମରେ ଟେଟ୍ରାହେଡ୍ରନ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଜନ୍ମ ଦିନ ପାଳନ କରାଯାଇଛି। ଟେଟ୍ରାହେଡ୍ରନର ଚେୟାରମ୍ୟାନ ସମାଜସେବୀ ଓ ଶିକ୍ଷାବିତ୍ ତ୍ରିଦେବ ବେହେରାଙ୍କ ଦ୍ୱାରା ସେବା ଓ ସମର୍ପଣ ଅଭିଯାନ ପାଳିତ ହୋଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ୭୬ତମ ଜନ୍ମଦିନ ନିମନ୍ତେ ୭୬ଗୋଟିପ୍ରଦୀପ ପ୍ରଜ୍ୱଳନ କରାଯିବା ସହ ଗୋଶାଳାରେ ଗୋ-ସେବା କରାଯାଇଥିଲା। ଏଥିସହିତ ସେବକ ଆଶ୍ରମରେ ୩ଶହରୁ ଉର୍ଦ୍ଧ୍ୱ ଅନ୍ତେବାସୀ ଓ କାର୍ଯ୍ୟକର୍ତ୍ତାଙ୍କୁ ମଧ୍ୟାହ୍ନ ଭୋଜନ ସହ ଆଶ୍ରମ ଉନ୍ନତି ପାଇଁ ଟେଟ୍ରାହେଡ୍ରନ ପକ୍ଷରୁ ୧ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଷ୍ଣୁଚରଣ ଦାସ, ବିଜେପି ଟାଙ୍ଗୀ ମଣ୍ଡଳ ସଭାପତି ହୃଷିକେଶ ସାମଲ, ଯୁବ ସଂଗଠକ ଆକାଶ ପାତ୍ର, ସମାଜସେବୀ ବିଶ୍ୱଜିତ ଅଞ୍ଚଳ, ସରପଞ୍ଚଙ୍କ ପ୍ରତିନିଧି ଅମନ ବେଉରା, ସୁକାନ୍ତ ସାମଲ, ଚୌଧୁରୀ ମାନସ କୁମାର ସାହୁ, ଟାଙ୍ଗୀ ମଣ୍ଡଳ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସ୍ମୃତିପ୍ରଭା ବେଜ, ଅନାଦିଚରଣ ନାଥ ପ୍ରମୁଖ ଉପସ୍ଥିତ ଥିଲେ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ