ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା

ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା

ଟିକାକରଣ କ୍ଷେତ୍ରରେ ଓଡ଼ିଶାର ସଫଳତା : ଟପିଲା ଏକ କୋଟି ପାନ ଟିକା


ଭୁବନେଶ୍ୱର (ଏନ୍‌.ଏମ୍‌.) : ଟିକାକରଣ କ୍ଷେତ୍ରରେ ଓଡ଼ିଶାର ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ଜାନୁଆରୀ ୧୬ ତାରିଖରୁ ଆରମ୍ଭ ହୋଇଥିବା ଏହି ଟିକାଦାନ ଅଭିଯାନରେ ଆଜି ପର୍ଯ୍ୟନ୍ତ ଏକ କୋଟି ପାନରୁ ଅଧିକ ଟିକା ଦେବାରେ ରାଜ୍ୟ ସଫଳତା ହାସଲ କରିଛି । ରାଜ୍ୟସରକାରଙ୍କ ଉଦ୍ୟମ ଯୋଗୁଁ ଟିକାକରଣ କ୍ଷେତ୍ରରେ ଏହି ସଫଳତା ମିଳିପାରିଛି । ଟିକାକରଣର ସଫଳତା ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ଏହି ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟସେବା କର୍ମଚାରୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୧୮ ବର୍ଷ ବୟସରୁ ଅଧିକ ନାଗରିକଙ୍କୁ ଟିିକାଦାନ କରି ଓଡ଼ିଶା ଏହି ମାଇଲଖୁଣ୍ଟ ଅତିକ୍ରମ କରିଛି । ଟିକାରଣ କାର୍ଯ୍ୟକ୍ରମର ସୁପରିଚାଳନା ଯୋଗୁଁ ରାଜ୍ୟରେ ମାତ୍ର ୩ ପ୍ରତିଶତ ଟିକା ନଷ୍ଟ ହୋଇଛି, ଯାହା ଦେଶରେ ଅନ୍ୟତମ ଶ୍ରେଷ୍ଠ ପ୍ରଦର୍ଶନ । ଫଳରେ ୨.୯ ଲକ୍ଷ ଟିକା ନଷ୍ଟ ହେବାରୁ ରକ୍ଷା କରାଯାଇ ପାରିଛି । ଟିକାକରଣ କ୍ଷେତ୍ରରେ ଏହି ସୁପରିଚାଳନା ଦ୍ୱାରା ଓଡ଼ିଶା ସଫଳତା ହାସଲ କରିଛି । ରାଜ୍ୟର ଏହି ସଫଳତା ପାଇଁ ସମସ୍ତ ଟିକା ପ୍ରଦାନକାରୀ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ