ଜେଲରୁ ହେଉଛି ଅପରେଟ୍‌: ବ୍ରାଉନସୁଗର କାରବାରର ଗୁମର ଖୋଲିଲା ଖୋର୍ଦ୍ଧା ପୁଲିସ

ଜେଲରୁ ହେଉଛି ଅପରେଟ୍‌: ବ୍ରାଉନସୁଗର କାରବାରର ଗୁମର ଖୋଲିଲା ଖୋର୍ଦ୍ଧା ପୁଲିସ

ଜେଲରୁ ହେଉଛି ଅପରେଟ୍‌: ବ୍ରାଉନସୁଗର କାରବାରର ଗୁମର ଖୋଲିଲା ଖୋର୍ଦ୍ଧା ପୁଲିସ


#ଖୋର୍ଦ୍ଧା(ଏନ୍‌.ଏମ୍‌.): ଜେଲ ଭିତରରୁ ବି ଚାଲିଛି ଅପରାଧ ନିୟନ୍ତ୍ରଣ । ଖୋର୍ଦ୍ଧା ଜେଲ ଭିତରୁ ମାଫିଆମାନେ ଅପରେଟ କରୁଛନ୍ତି ବ୍ରାଉନସୁଗର କାରବାର । ଏହି ଜେଲ ଭିତରୁ ଗୋଟିଏ ମୋବାଇଲ ଫୋନ ଜବତ ହେବା ପରେ ଖୋଲିଛି ଅପରାଧର ଗୁମର । ଖୋର୍ଦ୍ଧା ଟାଉନ ଥାନା ପୁଲିସ ଖୋର୍ଦ୍ଧା ସହରରୁ ଜଣେ ଯୁବତୀଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୨୬୨ ଗ୍ରାମ ବ୍ରାଉନସୁଗର, ଗୋଟିଏ ସ୍କର୍ପିଓ ଓ ୬ଟି ମୋବାଇଲ ଫୋନ ଜବତ ହୋଇଛି । ଖୋର୍ଦ୍ଧା ଜେଲରେ ଏବେ ପ୍ରାୟ ୯୫ ଜଣ ବ୍ରାଉନସୁଗର ମାଫିଆ ଅଛନ୍ତି । ସେମାନେ ଜେଲରେ ରହି ଏହି କାରବାର କରୁଥିବା ପୂର୍ବରୁ ଅଭିଯୋଗ ହୋଇଥିଲା । ପୂର୍ବରୁ ଜେଲ ଭିତରୁ ୨୦ରୁ ଅଧିକ ମୋବାଇଲ ଜବତ ହୋଇଥିବା ବେଳେ ସୋମବାର ରାତିରେ ପୁଣି ଏକ ମୋବାଇଲ ଜବତ ହୋଇଥିଲା । ଏହି ମୋବାଇଲ ଫୋନ ଆଧାରରେ ଖୋର୍ଦ୍ଧା ଟାଉନ ଥାନା ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ସହର ଭିତରେ ଚାଲିଥିବା ବ୍ରାଉନସୁଗର କାରବାରର ପର୍ଦ୍ଦାଫାସ କରିଛି । ଖୋର୍ଦ୍ଧା ଜେଲର ଭୌଗୋଳିକ ସ୍ଥିତି ଏବଂ ସୀମିତ କର୍ମଚାରୀଙ୍କ ଯୋଗୁ ବ୍ରାଉନସୁଗର ମାଫିଆମାନଙ୍କ ପାଇଁ ଏହି ନେଟୱର୍କ ଚଳାଇବା ସୁବିଧା ହେଉଥିବା ଜେଲର ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି । ଅନ୍ୟପକ୍ଷରେ ସହରବାସୀ ଜେଲର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଖୋର୍ଦ୍ଧା ପୁଲିସ ବ୍ରାଉନସୁଗର କାରବାର କ୍ଷେତ୍ରରେ ଜିରୋ ଟଲରାନ୍ସ ନୀତି ଆପଣେଇଥିବା କହିଛି । କେବଳ ସେତିକି ନୁହେଁ, ଅଭିଯୁକ୍ତମାନଙ୍କ ସମ୍ପତ୍ତି ବ୍ୟାଜାପ୍ତି କରାଯିବ ବୋଲି ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ