ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ


ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ବାବଦରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ କୁହାଯାଇଛି । ସୁପ୍ରିମ କୋର୍ଟ ଆଜି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସିବିଏସଇ ଏବଂ ଆଇସିଏସଇ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବେ ବୋଲି ପୂର୍ବରୁ କହି ସାରିଛନ୍ତି । ତେଣୁ ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡ ମଧ୍ୟ ଏହି ତାରିଖ ସୁଦ୍ଧା ପରୀକ୍ଷା ଫଳ ଘୋଷଣା କରିବା ଆବଶ୍ୟକ ବୋଲି ଜଷ୍ଟିସ, ଏଏମ ଖାନିୱିଲକର ଏବଂ ଦିନେଶ ମାହେଶ୍ୱରୀଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସିବିଏସଇ ଏବଂ ଆଇସିଏସଇ କୋଭିଡ ପାଇଁ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଥିଲେ । ଏହାପରେ ଓଡ଼ିଶା, ରାଜସ୍ଥାନ, ମଧ୍ୟପ୍ରଦେଶ, ୟୁପି, ହରିଆଣା, ମହାରାଷ୍ଟ୍ର, ଗୁଜରାଟ ଆଦି ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛନ୍ତି । ହେଲେ ଆନ୍ଧ୍ର ପ୍ରଦେଶ ସରକାର ଏଯାଏ କିଛି ନିଷ୍ପତ୍ତି ନେଇନାହାନ୍ତି । ଆସନ୍ତା ଜୁଲାଇ ୧୨ ସୁଦ୍ଧା ପରୀକ୍ଷା କରାଇବେ ବୋଲି କୋର୍ଟରେ କହିଛନ୍ତି । ତାଙ୍କ ପାଖରେ ମୂଲ୍ୟାଙ୍କନ କରିବା ପାଇଁ କୌଣସି ସୂତ୍ର ନଥିବାରୁ ପରୀକ୍ଷା ଉପରେ ଆନ୍ଧ୍ର ବୋର୍ଡ ଗୁରୁତ୍ୱ ଦେଇଛି । ଯଦି ମୂଲ୍ୟାଙ୍କନ ହେବ ତାହେଲେ ଦେଶର ସମସ୍ତ ବୋର୍ଡ ପାଇଁ ଗୋଟିଏ ମୂଲ୍ୟାଙ୍କନ ବୋର୍ଡ ହେଉ ବୋଲି ଆନ୍ଧ୍ର ଦାବି କରିଥିଲେ । ତେବେ ଏଭଳି ଦାବିକୁ ଅଗ୍ରାହ୍ୟ କରିଛନ୍ତି କୋର୍ଟ । ସମସ୍ତ ଶିକ୍ଷା ବୋର୍ଡ ସ୍ୱତନ୍ତ୍ର । ସମସ୍ତଙ୍କର ଭିନ୍ନ ଭିନ୍ନ କ୍ରାଇଟେରିଆ ରହିଛି । ତେଣୁ ସାରା ଦେଶରେ ଗୋଟିଏ ଢଙ୍ଗରେ ମୂଲ୍ୟାଙ୍କନ ହେଉ ବୋଲି କୋର୍ଟ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ବିଚାରପତି କହିଥିଲେ । ତେଣୁ ଆନ୍ଧ୍ରପ୍ରଦେଶ ସଫଳତାର ସହ ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରାଇବ । ରାଜ୍ୟ ସରକାର କହିଛନ୍ତି ଯେ, ଜୁଲାଇର ଶେଷ ସପ୍ତାହ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା କରିବ । ଏ ବାବଦରେ ପରୀକ୍ଷା ସୂଚୀ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ରାଜ୍ୟ ସରକାର ସତ୍ୟପାଠ ଦାଖଲ କରି କହିଛନ୍ତି । ରାଜ୍ୟରେ କୋଭିଡ ସଂକ୍ରମଣ ହ୍ରାସ ପାଉଥିବାରୁ ଆଗାମୀ ଦିନରେ ପରୀକ୍ଷା ହୋଇପାରିବ ବୋଲି ସରକାର କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି