ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ

ଜିଲ୍ଲାପାଳଙ୍କ ଦ୍ୱାରା କରୋନାରେ ଅନାଥ ହୋଇଥିବା ଶିଶୁଙ୍କୁ ସହାୟତା ପ୍ରଦାନ


କେନ୍ଦ୍ରାପଡ଼ା (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନାରେ ବାପା-ମାଆଙ୍କୁ ହରାଇ ଥିବା ଆଳି ବ୍ଲକ ଅନ୍ତର୍ଗତ ଚଣ୍ଡିଆଗଡ଼ି ଗ୍ରାମର ୩ ଶିଶୁଙ୍କୁ ଆଜି ଜିଲ୍ଲାପାଳ ସହାୟତା ପ୍ରଦାନ କରିଛନ୍ତି ।
ବାପା-ମାଆଙ୍କୁ ହରାଇବା ପରେ ଏହି ଶିଶୁମାନେ ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଶାସନ ଗ୍ରାମରେ ଥିବା ନିଜ ମାମୁଁ ଘରେ ଆଶ୍ରୟ ନେଇଥିବା ଜଣାପଡିଛି । ଏହି ଅବସରରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ସେମାନଙ୍କୁ ମଧୁବାବୁ ପେନସନ ଯୋଜନା ଅଧୀନରେ ମାସିକ ୫୦୦ ଟଙ୍କା ହାରରେ ୩ ମାସର ଅଗ୍ରୀମ ୧୫୦୦ ଟଙ୍କା ଲେଖାଏଁ ପ୍ରଦାନ କରିବା ସହ ପରିଚୟ ପତ୍ର ପ୍ରଦାନ କରିଛନ୍ତି । ଏଥିସହ ପ୍ରଧାନମନ୍ତ୍ରୀ କେୟାର ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ଏଥି ସହିତ ସମ୍ପୃକ୍ତ ଶିଶୁମାନଙ୍କୁ ଇଂରାଜୀ ମିଡିୟମ ସ୍କୁଲରେ ପାଠ ପଢା ପାଇଁ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ଶିଶୁ ମାନଙ୍କ ବାପା କିଶୋର ଚନ୍ଦ୍ର ରଥ ଆନ୍ଧ୍ରପ୍ରଦେଶରେ ଏକ ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇ ଏପ୍ରିଲ ମାସ ୪ ତାରିଖରେ ମୃତ୍ୟୁବରଣ କରିଥିଲେ । ପରେ ମାଆ ସୁପ୍ରିୟା ରଥ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମେ ମାସ ୬ ତାରିଖରେ ମୃତ୍ୟୁ ବରଣ କରିଥିଲେ । ତେଣୁ ଏହି ୩ଜଣ ଶିଶୁ କରୋନା ଯୋଗୁଁ ଅନାଥ ହୋଇପଡ଼ିଥିଲେ । ଏହି ସହାୟତା ପ୍ରଦାନ ସମୟରେ ଜିଲ୍ଲାପାଳଙ୍କ ସହ ସ୍ଥାନୀୟ ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ