ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

ଜାତୀୟ ସଡକ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ

News by Ajit Kumar Mallick (Konark)

ପୁରୀ/କୋଣାର୍କ (ଏନ୍‌.ଏମ୍‌.): ସ୍ୱଳ୍ପ ସମୟର କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ସଡକ ସୁରକ୍ଷା ର ସୁନ୍ଦର ବାର୍ତ୍ତା ସମସ୍ତ ଙ୍କୁ ସଚେତନ କରିବା ସହ ଦୁର୍ଘଟଣା କୁ ହ୍ରାସ କରି ବାରେ ସହାୟକ ହେବ ବୋଲି ଓଡିଶା ହାଇକୋର୍ଟ ର ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ୍ ମୁରଲୀଧର ମତବ୍ୟକ୍ତ କରିଛନ୍ତି । ସ୍ଥାନୀୟ ଟାଉନ ହଲ ପରିସରରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା କ୍ଷୁଦ୍ର ଚଳଚ୍ଚିତ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ଓଡ଼ିଶା ହାଇକୋର୍ଟ ମୁଖ୍ୟବିଚାରପତି ଜଷ୍ଟିସ ଡକ୍ଟର ମୁରଲୀଧର ଯୋଗଦେଇ ରାସ୍ତା ଦୁର୍ଘଟଣାର ବିଭିନ୍ନ କାରଣ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର, ଦ୍ରୁତ ଗାଡି ଚାଳନା ଓଭର ଲୋଡିଂ, ଦୁର ସ୍ଥାନରୁ ସାମଗ୍ରୀ ପ୍ରେରଣ ବେଳେ ଶୀଘ୍ର ପହଞ୍ଚିବା ପାଇଁ ଅବିଶ୍ରାନ୍ତ ଗାଡି ଚାଳନା, ହେଲମେଟ ଓ ସିଟ୍ ବେଲ୍ଟ ବ୍ୟବହାର ନକରିବା ଏହାର ମୁଖ୍ୟ କାରଣ । ଯାତ୍ରୀ ଉପଯୋଗୀ ରାସ୍ତା ନିର୍ମାଣ ସହ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ସେ ପରାମର୍ଶ ଦେଇଥିଲେ । ପୁଲିସ ମହାନିର୍ଦ୍ଦେଶକ ସୁନିଲ ବଂଶଲ ଛୋଟ ଛୋଟ ଦୁର୍ଘଟଣା କିପରି ବଡ ବିପତ୍ତି ଘଟାଇଥାଏ ସେ ସମ୍ପର୍କରେ ଉଦାହରଣ ଦେବା ସହ ଅନୁଭବ ଓ ଅଭିଜ୍ଞତାରୁ ନିଜ ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଅନୁରୋଧ କରିଥିଲେ । ଏହି କ୍ଷୁଦ୍ର ଚଳଚ୍ଚିତ୍ର ଗୁଡିକ ନିଶ୍ଚିତ ସଡ଼କ ସୁରକ୍ଷା ପାଇଁ ସହାୟତା କରିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଜଷ୍ଟିସ ମୁରାହରୀ, ଜଷ୍ଟିସ ରମଣ ପ୍ରମୁଖ ଯୋଗ ଯୋଗଦେଇ ସଡକ ସୁରକ୍ଷା ପରି ଦୁର୍ଘଟଣା ବୀମା ସମ୍ପର୍କରେ ମଧ ସମସ୍ତଙ୍କୁ ସଚେତନ କରିବାକୁ ପରାମର୍ଶ ଦେବା ସହ ସଡକ ସୁରକ୍ଷାର ବିବିଧ ପଦକ୍ଷେପ ଉପରେ ମତ ଦେଇଥିଲେ । ପ୍ରାରମ୍ଭରେ ରାଜ୍ୟ ପରିବହନ କମିଶନର ଅରୁଣ ବୋଥ୍ରା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି କ୍ଷୁଦ୍ର ଚଳଚ୍ଚିତ୍ର କାର୍ଯ୍ୟକ୍ରମରେ ୨୩୦ ଗୋଟି ଚଳଚ୍ଚିତ୍ର ନିର୍ମାଣ ହୋଇ ଥିବା ବେଳେ ପ୍ରାୟ ୨୫୦୦ ବ୍ୟକ୍ତି ଅଭିନୟ, ସୁଟିଂ, କାହାଣୀ ରଚନା, ନିର୍ଦ୍ଦେଶନା ଇତ୍ୟାଦିରେ ସଂଲଗ୍ନ ହେବା ସଡକ ସୁରକ୍ଷା ପ୍ରତି ବଡ ଅବଦାନ ବୋଲି କହିଥିଲେ । ପରେ ବିଭିନ୍ନ କାଟେଗୋରୀ ପାଇଁ ଶ୍ରେଷ୍ଠତ୍ୱ ଆଧାରରେ ଚଳଚ୍ଚିତ୍ର ଓ ଚଳଚ୍ଚିତ୍ର ସହ ଜଡିତ ବ୍ୟକ୍ତି ଏବଂ ଜୁରୀ ସଦସ୍ୟମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁଲିସ ଓ ପରିବହନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଶେଷରେ ଅତିରିକ୍ତ ପରିବହନ କମିଶନର ଶ୍ରୀନିବାସ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ସ୍ୱାସ୍ଥ୍ୟ