ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ

ଜଗତପୁର ଅଞ୍ଚଳରୁ ମାରଣା ଷଣ୍ଢକୁ ଉଠାଇଲା ସିଏମସି, ଅଞ୍ଚଳବାସୀ ଆଶ୍ୱସ୍ଥ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): କଟକ ସହରରେ ବୁଲାଷଣ୍ଢ ଉତ୍ପାତ ସଂକ୍ରାନ୍ତରେ ଖବର ପ୍ରସାରଣ ପରେ ଏବେ ସିଏମସି କର୍ତ୍ତୃପକ୍ଷଙ୍କ ଚେତା ପଶିଛି । ଦୀର୍ଘ ଦିନ ଧରି ଅଞ୍ଚଳରେ ଉତ୍ପାତ କରୁଥିବା ମାରଣା ଷଣ୍ଢକୁ ଆଜି ସିଏମସି କର୍ମଚାରୀମାନେ କାବୁ କରିବା ସହ ଅନ୍ୟତ୍ର ସ୍ଥାନାନ୍ତର କରିଛନ୍ତି । ଫଳରେ ସ୍ଥାନୀୟ ଅଞ୍ଚଳବାସୀ ଆଶ୍ୱସ୍ଥ ହୋଇଥିବା ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ ଯେ, ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ରେ ଏକ ବୁଲା ଷଣ୍ଢ ଦୀର୍ଘ ଏକ ବର୍ଷ ହେବ ଉପଦ୍ରବ ସୃଷ୍ଟି କରୁଥିଲା । ଲୋକଙ୍କୁ ଦେଖିଲେ ଅତର୍କିୀତ ଆକ୍ରମଣ କରିବା ଦ୍ୱାରା ବହୁ ଜନସାଧାରଣ ଗୁରୁତର ଆହତ ହୋଇଥିଲେ । ଏପରିକି ଷଣ୍ଢଟି ପାହାଚ ଦେଇ ଛାତ ଉପରକୁ ଉଠିଯିବା ସହ ସେଠାରେ ମଧ୍ୟ ଉତ୍ପାତ୍ତ ସୃଷ୍ଟି କରିଥିଲା । ଏ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହେବା ସହ ସିଏମସିକୁ ବାରମ୍ବାର ଅଭିଯୋଗ ହେଉଥିଲେ ବି ଏଥିପ୍ରତି କେହି ଦୃଷ୍ଟି ଦେଇନଥିଲେ । ତେବେ ଏ ନେଇ ନିଷ୍କର୍ଷରେ ଖବର ପ୍ରକାଶ ପାଇବା ପରେ ଆଜି ସିଏମସି କର୍ମଚାରୀ ଷଣ୍ଢଟିକୁ କାବୁ କରିଛନ୍ତି । ତେବେ ଏହି ଷଣ୍ଢକୁ ଉଦ୍ଧାର କରିବା ପାଇଁ ସିଏମସିର ଏକ ୧୫ ଜଣିଆ ଟିମ ଜଗତପୁରସ୍ଥିତ ଫକିରପୁର ପଣ୍ଡାସାହି ଗ୍ରାମରେ ଷଣ୍ଢଟି ବୁଲୁଥିବାର ଦେଖିଥିଲେ । ସେଠାରେ ଉକ୍ତ ଟିମ ପହଁଞ୍ଚି ଷଣ୍ଢଟିକୁ ବହୁ କଷ୍ଟରେ କାବୁ କରି ଗାଡିରେ ନେଇ ଯାଇଥିଲେ । ତେବେ ଷଣ୍ଢଟିକୁ ସିଏମସି କର୍ମଚାରୀ ଉଠାଇନେବା ପରେ ଏବେ ଅଞ୍ଚଳରେ ଜନସାଧାରଣ ଆଶ୍ୱସ୍ଥ ହୋଇଛନ୍ତି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ